୪୦ ଜଣ ଯାତ୍ରୀଙ୍କୁ ଧରି ଉଡ଼ାଣ ଭରିଥିବା ସ୍ପାଇସ୍‌ ଜେଟ୍‌ ବିମାନରେ ମଝି ଆକାଶରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି; ଜରୁରିକଳୀନ ଅବତରଣ କଲା ବିମାନ

Advertisment

ANI

ରେନିଗୁଣ୍ଟା (ଆନ୍ଧ୍ରପ୍ରଦେଶ): ୪୦ ଜଣ ଯାତ୍ରୀଙ୍କୁ ଧରି ଆଜି (ବୁଧବାର) ଆନ୍ଧ୍ରପ୍ରଦେଶର ରେନିଗୁଣ୍ଟାରୁ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ ଭରିଥିବା ସ୍ପାଇସ୍‌ ଜେଟ୍‌ର ଏକ ବିମାନରେ ମଝି ଆକାଶରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ବିମାନଟି ତିରୁପତି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରିକଳୀନ ଅବତରଣ କରିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ପୂର୍ବାହ୍ନରେ ସ୍ପାଇସ୍‌ ଜେଟ୍‌ର ଏସ୍‌ଜି ୧୦୪୨ ନମ୍ବର ବିଶିଷ୍ଟ ବିମାନଟି ଆନ୍ଧ୍ରପ୍ରଦେଶର ରେନିଗୁଣ୍ଟାରୁ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନଟିରେ ୪୦ ଜଣ ଯାତ୍ରୀ ସବାର ଥିଲେ। ତେବେ, ବିମାନଟି ମଝି ଆକାଶରେ ଥିବାବେଳେ ବିମାନର ଇଞ୍ଜିନ୍‌ରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ କରିଥିଲେ ବିମାନର ପାଇଲଟ୍‌। ପରେ, ବିମାନଟିକୁ ଆଉ ଗନ୍ତବ୍ୟ ସ୍ଥଳ ଅଭିମୁଖେ ନ ନେଇ ସେ ନିକଟସ୍ଥ ତିରୁପତି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରିକଳୀନ ଅବତରଣ କରାଇଥିଲେ। ବିମାନଟି ନିରାପଦରେ ଅବତରଣ କରିଥିବା ବେଳେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ତେବେ, ଏହି ଘଟଣା ପରେ ବିମାନଟିର ଉଡ଼ାଣକୁ ବାତିଲ କରି ଦିଆଯାଇଥିବା ସ୍ପାଇସ୍‌ ଜେଟ୍‌ ସୂତ୍ରରୁ ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe