Image Source: India Today
କୋଲ୍କାତା: ଇନ୍ଧନ ଲିକ୍ କରିବାରୁ ବୁଧବାର ସକାଳେ ମୁମ୍ବାଇରୁ ଗୌହାଟି ଯାଉଥିବା ସ୍ପାଇସ୍ଜେଟ୍ର ଏକ ବିମାନ କୋଲ୍କାତାରେ ଜରୁରୀ ଅବତରଣ କରିଛି।
ଏଥିରେ ଥିବା ସମସ୍ତ ଯାତ୍ରୀ ନିରାପଦ ଥିବା କଥା ଜଣାପଡ଼ିଛି।
ତେଲ ଲିକ୍ ହେଉଛି ବୋଲି ପୂର୍ବରୁ ଏହି ବିମାନର କ୍ୟାପ୍ଟେନ୍ କୋଲ୍କାତା ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ଙ୍କୁ ସୂଚନା ଦେଇଥିଲେ। ସକାଳ ପ୍ରାୟ ୯ଟା ବେଳେ ବିମାନଟି ଜରୁରୀ ଅବତରଣ କରିଥିଲା।
ବିମାନଟି ଦିନ ସାଢ଼େ ଗୋଟାଏ ବେଳେ କୋଲ୍କାତା ବିମାନ ବନ୍ଦରରୁ ପୁଣି ଗନ୍ତବ୍ୟସ୍ଥଳକୁ ଉଡ଼ାଣ ଆରମ୍ଭ କରିବ ବୋଲି ଟୁଇଟ୍ କରି ସ୍ପାଇସ୍ଜେଟ୍ କହିଛି।
Image Source: India TVଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ଜାନୁଆରି ୧୩ ତାରିଖ ଦିନ ବାରାଣସୀରୁ ଆସୁଥିବା ଅନ୍ୟ ଏକ ସ୍ପାଇସ୍ଜେଟ୍ ବିମାନ ଚେନ୍ନାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା।
ସେ ବିମାନଟି ଚେନ୍ନାଇରେ ହିଁ ଅବତରଣ କରିଥାଆନ୍ତା। କିନ୍ତୁ, ତା’ର ଗୋଟିଏ ଡେଣାରେ ସମସ୍ୟା ଦେଖା ଦେବାରୁ ତରବରିଆ ଭାବେ ଅବତରଣ କରିବାକୁ ବାଧ୍ୟ ହୋଇଥିଲା ବୋଲି ଗଣମାଧ୍ୟମ ରିପୋର୍ଟ କରିଥିଲା। ସେଥିରେ ଥିବା ସମସ୍ତ ଯାତ୍ରୀ ମଧ୍ୟ ନିରାପଦ ଥିଲେ।
Follow Us