Image Source: India Today
କୋଲ୍କାତା: ଗୁରୁବାର ଦିନ ଡିବ୍ରୁଗଡ଼ରୁ ଆସୁଥିବା ସ୍ପାଇସ୍ଜେଟ୍ର ଗୋଟାଏ ବିମାନରେ ଗୋଟାଏ ପକ୍ଷୀ ଧକ୍କା ଖାଇବାରୁ ତାହା କୋଲ୍କାତା ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା।
ବିମାନର ସମ୍ମୁଖ ଭାଗରେ ପକ୍ଷୀଟି ଧକ୍କା ଖାଇବା ପରେ ବିମାନର କ୍ୟାପ୍ଟେନ୍ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ଙ୍କ ସହ ଯୋଗାଯୋଗ କରିଥିଲେ।
ସ୍ପାଇସ୍ଜେଟ୍ର ସେ ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ନିରାପଦ ରହିଥିବା ଜଣାପଡ଼ିଛି। ସେମାନଙ୍କୁ କୋଲ୍କାତା ବିମାନ ବନ୍ଦରରେ ରଖାଯାଇଥିଲା।
ଦୁଇ ଦିନ ତଳେ ଦୁବାଇରୁ ଆସୁଥିବା ସ୍ପାଇସ୍ଜେଟ୍ର ଏକ ବିମାନର ଟାୟାର୍ ଫାଟି ଯିବାରୁ ଜୟପୁର ଆନ୍ତର୍ଜାତିକ ବିମାନ ବନ୍ଦରରେ ନିରାପଦରେ ଅବତରଣ କରିଥିଲା।
Follow Us