କୌଣସି ଅନ୍ତର୍ଜାତୀୟ ବିମାନ ନ ଉଡାଇ ମଧ୍ୟ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହେଲେ ସ୍ପାଇସଜେଟ ପାଇଲଟ

Advertisment
କୌଣସି ଅନ୍ତର୍ଜାତୀୟ ବିମାନ ନ ଉଡାଇ ମଧ୍ୟ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହେଲେ ସ୍ପାଇସଜେଟ ପାଇଲଟ

TRAVELANDY NEWS

ନୂଆଦିଲ୍ଲୀ: କୌଣସି ଅନ୍ତର୍ଜାତୀୟ ବିମାନ ନ ଉଡାଇ ମଧ୍ୟ ସ୍ପାଇସଜେଟର ଜଣେ ପାଇଲଟ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣା ପଡିଛି | ରବିବାର ଦିନ ଏ ନେଇ ସୂଚନା ଦେଇଛି ସ୍ପାଇସଜେଟ | "ଆମର ଜଣେ ସହକର୍ମୀ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହୋଇଥିବା ସ୍ୱାବ ପରୀକ୍ଷା ରିପୋର୍ଟରୁ ସ୍ପଷ୍ଟ ହୋଇଛି | ମାର୍ଚ୍ଚ ୨୮ରେ ପରୀକ୍ଷା ରିପୋର୍ଟ ଆସିବା ପରେ ଖବରଟି ସାମ୍ନାକୁ ଆସିଥିଲା। ମାର୍ଚ୍ଚ ୨୦୨୦ରେ ସେ କୌଣସି ଆନ୍ତର୍ଜାତୀୟ ବିମାନ ଚଳାଚଳ କରିନାହାଁନ୍ତି" ବୋଲି ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି।

SpiceJet announces deal for up to 205 airplanes from Boeing STAT Times

ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ସେ ଚଳାଇଥିବା ଶେଷ ଘରୋଇ ବିମାନ ମାର୍ଚ୍ଚ ୨୧ରେ ଚେନ୍ନାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା ଏବଂ ସେହି ଦିନଠାରୁ ସେ ନିଜ ଘରେ ନିଜକୁ ସଙ୍ଗରୋଧ କରି ରଖିଥିଲେ । ସତର୍କତାମୂଳକ ପଦକ୍ଷେପ ଭାବେ ଏବେ ତାଙ୍କ ସହ ସିଧାସଳଖ ସମ୍ପର୍କରେ ଆସିଥିବା ସମସ୍ତ କର୍ମଚାରୀଙ୍କୁ ଆସନ୍ତା ୧୪ଦିନ ପର୍ଯ୍ୟନ୍ତ ଘରେ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି। ଆକ୍ରାନ୍ତ ହୋଇଥିବା ପାଇଲଟଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି। ଆମର ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖପାତ୍ର କହିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe