୮୦ ପାଇଲଟ୍‌ଙ୍କୁ ଛୁଟିରେ ପଠାଇଲା ସ୍ପାଇସ୍‌ଜେଟ୍

୮୦ ପାଇଲଟ୍‌ଙ୍କୁ ଛୁଟିରେ ପଠାଇଲା ସ୍ପାଇସ୍‌ଜେଟ୍

Hindustan Times

ନୂଆଦିଲ୍ଲୀ: ପାଣ୍ଠି ଅଭାବ ଦେଇ ଗତି କରୁଥିବା ବିମାନ କଂପାନି ସ୍ପାଇସ‌୍‌ଜେଟ୍‌ ଏହାର ୮୦ ଜଣ ପାଇଲଟ୍‌ଙ୍କୁ ବିନା ବେତନ‌ରେ ତିନି ମାସ ଛୁଟିରେ ପଠାଇଛି। କିଛି ମାସ ପୂର୍ବେ କଂପାନିର ଏକାଧିକ ବିମାନରେ ଆକାଶରେ ଉଡ଼ୁଥିବା ବେଳେ ତ୍ରୁଟି ଦେଖାଦେଇଥିଲା। ସେଥିପାଇଁ କଂପାନିକୁ ୫୦% ବିମାନର ଉଡ଼ାଣ କରିବାକୁ ବେସାମାରିକ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ନିର୍ଦେଶ ଦେଇଛନ୍ତି। ସ୍ପାଇସ୍‌ଜେଟ୍ ଏବେ ୫୦ଟି ବିମାନ ଓ ୮୦୦ ପାଇଲଟ୍‌ଙ୍କୁ ନେଇ ଦୈନିକ ୩୦୦ ଥର ଉଡ଼ାଣ କରୁଛି।

ସ୍ପାଇସ୍‌ଜେଟ୍‌ର ପ୍ରବକ୍ତା କହିଛନ୍ତି ଯେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ଏହା ଏକ ସାମୟିକ ବ୍ୟବସ୍ଥା। କଂପାନି ସହ ମ୍ୟାକ୍ସ ବିମାନ ଯୋଡ଼ି ହେବା ପରେ ଛୁଟିରେ ଯାଇଥିବା ପାଇଲଟ୍‌ମାନଙ୍କୁ ପୁଣି ଡକାଯିବ। ବିମାନ ଉଡ଼ାଣ ପାଇଁ କଂପାନି ପାଖରେ ଯଥେଷ୍ଟ ସଂଖ୍ୟକ ପାଇଲଟ୍‌ ଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe