୨ଲକ୍ଷ ମୂଲ୍ୟର ବ୍ୟାଗ୍ ଧରି ଟ୍ରୋଲ ହେଲେ ପ୍ରସିଦ୍ଧ ପ୍ରବଚିକା ଜୟା କିଶୋରୀ

Advertisment

୨ଲକ୍ଷ ମୂଲ୍ୟର ବ୍ୟାଗ୍ ଧରି ଟ୍ରୋଲ ହେଲେ ପ୍ରସିଦ୍ଧ ପ୍ରବଚିକା ଜୟା କିଶୋରୀ। ଲୋକଙ୍କୁ ଏଭଳି ଧନସଂପତ୍ତିର ଆହରଣର ମୋହ ପରିତ୍ୟାଗ କରିବାକୁ କହୁଥିବା ଜୟା ଏଭଳି ଦାମୀ ବ୍ୟାଗ୍ ଧରିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି।

Updated On

୨ଲକ୍ଷ ମୂଲ୍ୟର ବ୍ୟାଗ୍ ଧରି ଟ୍ରୋଲ ହେଲେ ପ୍ରସିଦ୍ଧ ପ୍ରବଚିକା ଜୟା କିଶୋରୀ। ଲୋକଙ୍କୁ ଏଭଳି ଧନସଂପତ୍ତିର ଆହରଣର ମୋହ ପରିତ୍ୟାଗ କରିବାକୁ କହୁଥିବା ଜୟା ଏଭଳି ଦାମୀ ବ୍ୟାଗ୍ ଧରିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଅଦ୍ୟତନ ହୋଇଛି
ପମଦ

ନୂଆଦିଲ୍ଲୀ: ପ୍ରସିଦ୍ଧ ପ୍ରବଚିକା ଜୟା କିଶୋରୀ ମାତ୍ର ୬ବର୍ଷର ଥିବା ବେଳେ ତାଙ୍କର ଧାର୍ମିକ ଦିଗ ପ୍ରତି ଦୁର୍ବଳତା ଦେଖା ଦେଇଥିଲା। ପ୍ରଥମ ଥର ପାଇଁ ୭ ବର୍ଷ ବୟସରେ ଜୟା କିଶୋରୀ କୋଲକାତାର ବସନ୍ତ ମହୋତ୍ସବରେ ସୁନ୍ଦରକାଣ୍ଡ ପାଠ କରିଥିଲେ । ଏହାପରଠାରୁ ସେ ଧାର୍ମିକ ଦିଗରେ ଆଗେଇ ଚାଲିଛନ୍ତି। ଜୟା କିଶୋରୀଙ୍କ ପ୍ରେରଣାଦାୟୀ ପ୍ରବଚନ ଓ ଶ୍ରୀମଦ୍ ଭଗବଦ୍ ଗୀତା ପାଠ ପାଇଁ ସାରା ଦେଶରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ନିଜ ପ୍ରଶଂସକଙ୍କୁ ଧନସଂପତ୍ତିର ଆହରଣର ମୋହ ପରିତ୍ୟାଗ କରି ଆଧ୍ୟାତ୍ମିକ ଉତ୍ତରଣ ଦିଗରେ ଅଗ୍ରସର ହେବାକୁ କହୁଥିବା ବେଳେ ନିଜେ ଲକ୍ଷ ଲକ୍ଷ ଟଙ୍କାର ବ୍ୟାଗ୍ ଧରିବାଟା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଜୟାଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ୨ଲକ୍ଷରୁ ଅଧିକ ମୂଲ୍ୟର ଡିଓର ବ୍ୟାଗ୍ ଧରିଥିବା ଦେଖାଯାଇଛି। ଏକ୍ସରେ ଏହି ଭିଡିଓ ପୋଷ୍ଟ କରି ବୀଣା ଜୈନ୍ ନାମକ ଜଣେ ମହିଳା ଲେଖିଛନ୍ତି ଯେ, "ପ୍ରବଚିକା ହୋଇ ନିଜ ପ୍ରଶଂସକଙ୍କୁ ଧନସଂପତ୍ତିର ଆହରଣର ମୋହ ପରିତ୍ୟାଗ କରି ଆଧ୍ୟାତ୍ମିକ ଉତ୍ତରଣ ଦିଗରେ ଅଗ୍ରସର ହେବାକୁ କହୁଥିବା ବେଳେ ନିଜେ ଲକ୍ଷ ଲକ୍ଷ ଟଙ୍କାର ବ୍ୟାଗ୍ ଧରୁଛନ୍ତି। ନିଜକୁ ଭଗବାନ କୃଷ୍ଣଙ୍କ ଭକ୍ତ କହୁଥିବା ଜୟା ବାଛୁରୀ ଚମଡାରେ ନିର୍ମିତ ବ୍ୟାଗ୍ ଧରୁଛନ୍ତି। "

ଏହି ପୋଷ୍ଟ ଭାଇରାଲ ହେବା ପରେ ଲୋକେ ଜୟାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ହିନ୍ଦୁ ଧର୍ମକୁ ବ୍ୟବହାର କରି ଲୋକଙ୍କୁ ଭଣ୍ଡେଇ କୋଟି କୋଟି ଟଙ୍କା ଆୟ କରିବା ସହ ପ୍ରବଚକ-ପ୍ରବଚିକାମାନେ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଥିବା ନେଇ ଲୋକେ କହିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe