ହମାସ୍‌ ସୁଡ଼ଙ୍ଗ ଅବରୋଧ କରିବା ପାଇଁ ଇସ୍ରାଏଲ୍‌ ନୂଆ ଅସ୍ତ୍ର ‘ସ୍ପଞ୍ଜ୍‌ ବୋମା’

Advertisment
ହମାସ୍‌ ସୁଡ଼ଙ୍ଗ ଅବରୋଧ କରିବା ପାଇଁ ଇସ୍ରାଏଲ୍‌ ନୂଆ ଅସ୍ତ୍ର ‘ସ୍ପଞ୍ଜ୍‌ ବୋମା’

Image Courtesy of Times Now

ଜେରୁଜେଲମ୍‌: ଗାଜା ଷ୍ଟ୍ରିପ୍‌ରେ ସୁଡ଼ଙ୍ଗ ମଧ୍ୟରେ ଆତ୍ମଗୋପନ କରିଥିବା ହମାସ୍‌ ଆତଙ୍କବାଦୀମାନଙ୍କୁ ପରାସ୍ତ କରିବା ପାଇଁ ଇସ୍ରାଏଲ୍‌ ସମ୍ପ୍ରତି ‘ସ୍ପଞ୍ଜ୍‌ ବୋମା’ର ବ୍ୟବହାରିକ ପରୀକ୍ଷଣ କରୁଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ଗାଜାରେ ସ୍ଥଳଭାଗ ଆକ୍ରମଣ ବେଳେ ଏହାର ଆବଶ୍ୟକତା ଉପଲବ୍ଧି କରି ଇସ୍ରାଏଲୀୟ ସେନା ‘ମକ୍‌ ଟନେଲ୍‌’ରେ (ପରୀକ୍ଷା ନିମନ୍ତେ ନିର୍ମିତ ସୁଡ଼ଙ୍ଗ) ‘ସ୍ପଞ୍ଜ୍‌ ବୋମା’ ପରୀକ୍ଷା ଚଳାଇଥିବା କୁହାଯାଉଛି।

ଏହି ‘ସ୍ପଞ୍ଜ୍‌ ବୋମା’ ପ୍ରୟୋଗ ବିଷୟରେ ‘ଇସ୍ରାଏଲ୍‌ ପ୍ରତିରକ୍ଷା ବଳ’ ଔପଚାରିକ ଭାବେ କିଛି କହି ନ ଥିବା ବେଳେ ସମ୍ପ୍ରତି ଏହାର ପରୀକ୍ଷଣ ଜାରି ରଖିଥିବା କଥା କେବଳ କେତେକ ଗଣମାଧ୍ୟମ ରିପୋର୍ଟ କରୁଛନ୍ତି।

Israel's new secret weapon sponge bombs Image Courtesy of Turkiye Newspaper

ଉଲ୍ଳେଖଯୋଗ୍ୟ, ୨୦୨୧ରେ ଗାଜା ସୀମାନ୍ତ ନିକଟରେ ଥିବା ‘ଜେଏଲିମ୍‌’ ସେନାଘାଟିରେ ଥିବା ‘ମକ୍‌ ଟନେଲ୍‌ ପ୍ରଣାଳୀ’ରେ ‘ଇସ୍ରାଏଲ୍‌ ପ୍ରତିରକ୍ଷା ବଳ’ର ସୈନିକମାନେ ଏହି ବୋମା ପ୍ରଥମେ ପରୀକ୍ଷଣ କରିଥିବା ଜଣାପଡ଼ିଥିଲା।

‘ସ୍ପଞ୍ଜ୍‌ ବୋମା’ ହେଉଛି ଏକ ପ୍ରକାର ରାସାୟନିକ ପ୍ରତିକ୍ରିୟା। ଏହି ବୋମା ବ‌ିସ୍ଫୋରଣ ହେଲେ ପ୍ରଚୁର ଫେଣ ସୃଷ୍ଟି ହୋଇ ସୁଡ଼ଙ୍ଗର ପ୍ରବେଶ ଓ ପ୍ରସ୍ଥାନ ପଥ ଅବରୁଦ୍ଧ କରି ପକାଇବ। କେବଳ ସେତିକି ନୁହେଁ, ସେ ଫେଣ ତୁରନ୍ତ ସମ୍ପ୍ରସାରିତ ହୋଇ କ୍ରମଶଃ କଠିନ ହୋଇଯିବ। ଫଳରେ ସ୍ଥଳ ଭାଗରେ ଇସ୍ରାଏଲ୍‌ ସୈନିକମାନେ ଯୁଦ୍ଧରେ ମାତିଥିବା ବେଳେ ଆତ୍ମଗୋପନକାରୀ ହମାସ ଆତଙ୍କବାଦୀମାନେ ଭୂତଳ ସୁଡ଼ଙ୍ଗରୁ ବାହାରି ଅତର୍କିତ ଆକ୍ରମଣ କରିପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe