ଭାରତରେ ଅଗଷ୍ଟରୁ ସ୍ପୁଟନିକ ଭି ଟିକା ଉତ୍ପାଦନ, ୮୫ କୋଟି ଡୋଜ୍ ଉତ୍ପାଦନ ଯୋଜନା

Advertisment
ଭାରତରେ ଅଗଷ୍ଟରୁ ସ୍ପୁଟନିକ ଭି ଟିକା ଉତ୍ପାଦନ, ୮୫ କୋଟି ଡୋଜ୍ ଉତ୍ପାଦନ ଯୋଜନା

Nepali Times

ନୂଆଦିଲ୍ଲୀ: ଭାରତରେ ଆସନ୍ତା ଅଗଷ୍ଟ ମାସରୁ ସ୍ପୁଟନିକ୍‌-ଭି ଟିକାର ଉତ୍ପାଦନ ଆରମ୍ଭ ହେବ। ଭାରତରେ ୮୫ କୋଟି ଟିକା ଉତ୍ପାଦନ ହେବ। ବିଶ୍ବରେ ଉତ୍ପାଦନ ହେବାକୁ ଥିବା ମୋଟ ସ୍ପୁଟନିକ୍‌-ଭି ଟିକାର ୬୫ରୁ ୭୦ ପ୍ରତିଶତ ଟିକା ଭାରତରେ ପ୍ରସ୍ତୁତ ହେବ। ରୁଷିଆରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଡି ବି ଭେଙ୍କଟେଶ ବର୍ମା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ବର୍ମା ଏହି ଅବସରରେ ସ୍ପୁଟନିକ ଭି ଟିକା ଉତ୍ପାଦନ, ଏସ୍‌-୪୦୦ ମିସାଇଲ ଏବଂ ଭାରତରେ କରୋନା ସ୍ଥିତି ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ରୁଷିଆ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଭାରତକୁ ଦୁଇଟି ପର୍ଯ୍ୟାୟରେ ୨ ଲକ୍ଷ ୧୦ ହଜାର ଡୋଜ୍ ସ୍ପୁଟନିକ୍ ଭି ଟିକା ଯୋଗାଇ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଦେଢ଼ ଲକ୍ଷ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୬୦ ହଜାର ଡୋଜ୍ ଟିକା ଦିଆଯାଇଛି। ଏଥିସହିତ ଚଳିତମାସ ‌ଶେଷ ସୁଦ୍ଧା ରୁଷିଆ ଭାରତକୁ ଆଉ ୩୦ ଲକ୍ଷ ଡୋଜ୍ ସ୍ପୁଟନିକ-ଭି ଟିକା ଯୋଗାଇ ଦେବ। ଏହି ଟିକାଗୁଡ଼ିକୁ ଭାରତରେ ଭର୍ତ୍ତି କରାଯିବ। ଏହାକୁ ଫିଲ୍ ଆଣ୍ଡ୍‌ ଫିନିସ୍‌ କୁହାଯାଉଛି। ଜୁନ୍‌ରେ ଏହି ସଂଖ୍ୟା ୫୦ ଲକ୍ଷକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ତେବେ ଅଗଷ୍ଟରୁ ଭାରତରେ ଉକ୍ତ ଟିକାର ଉତ୍ପାଦନ ଆରମ୍ଭ ହେବ ବୋଲି ବର୍ମା କହିଛନ୍ତି।

ବର୍ତ୍ତମାନର ଯୋଜନା ଅନୁଯାୟୀ, ଭାରତରେ ୮୫ କୋଟି ଟିକା ଉତ୍ପାଦନ କରାଯିବ। ତେଣୁ ବିଶ୍ବରେ ଉତ୍ପାଦନ ହୋଇଥିବା ମୋଟ ସ୍ପୁଟନିକ ଟିକାରୁ ୬୫ରୁ ୭୦ ପ୍ରତିଶତ ଟିକା ଭାରତ ନିର୍ମିତ ହେବ ବୋଲି ସେ କହିଛନ୍ତି। ସ୍ପୁଟନିକ୍‌ର ସିଙ୍ଗଲ ଡୋଜ୍ ଟିକା ସଂପର୍କରେ ସୂଚନା ଦେଇ ବର୍ମା କହିଛନ୍ତି, ରୁଷିଆ ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଇଛି ଏବଂ ଉଭୟ ଦେଶ ଆଲୋଚନା ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe