ଡେଲ୍‌ଟା ପ୍ରଜାତି ବିରୋଧରେ ସ୍ପୁଟନିକ୍‌ ଭି ୯୦% ଫଳପ୍ରଦ

Advertisment
ଡେଲ୍‌ଟା ପ୍ରଜାତି ବିରୋଧରେ ସ୍ପୁଟନିକ୍‌ ଭି ୯୦% ଫଳପ୍ରଦ

Image Courtesy of NDTV

ନୋଭୋସିବିର୍‌ସିକ୍‌ (ରୁଷିଆ): ଭାରତରେ ଦେଖାଦେଇଥିବା ଡେଲ୍‌ଟା ପ୍ରଜାତିର କରୋନା ଭୂତାଣୁ ଭାରତ ସରକାରଙ୍କ ଚିନ୍ତା ବଢ଼ାଇଛି। ତେବେ ଏଭଳି ସ୍ଥିତିରେ ରୁଷିଆର ବୈଜ୍ଞାନିକମାନେ କହିଛନ୍ତି ଏହି ପ୍ରଜାତି ବିରୋଧରେ ସ୍ପୁଟନିକ୍‌ ଭି ଟିକା ସର୍ବାଧିକ ପ୍ରଭାବୀ। ଏହା ୯୦ ପ୍ରତିଶତ ପର୍ଯ୍ୟନ୍ତ ଫଳପ୍ରଦ ବୋଲି ରୁଷିଆର ବୈଜ୍ଞାନିକମାନେ ଦାବି କରିଛନ୍ତି। ନୋଭୋସିବିର୍‌ସିକ୍ ରାଜ୍ୟ ବିଶ୍ବବିଦ୍ୟାଳୟ ପରୀକ୍ଷାଗାରର ମୁଖ୍ୟ ତଥା ରୁଷିଆନ୍ ଏକାଡେମି ଅଫ୍ ସାଇନ୍‌ସେସ୍‌ର ସଦସ୍ୟ ସର୍ଗି ନେମସୋଭ କହିଛନ୍ତି ଡେଲଟା ପ୍ରଜାତି କରୋନା ଭୂତାଣୁ ବିରୋଧରେ ସ୍ପୁଟନିକ୍‌ ଭି ଟିକା ନିରାପଦ।

ସେହିଭଳି ସ୍ପୁଟନିକ୍ ଭି ଟିକା ବିକାଶ କରିଥିବା ଗାମାଲୟା ରିସର୍ଚ୍ଚ ସେଣ୍ଟରର ପପୁଲେସନ୍‌ ଭାରିଏବିଲିଟି ମେକାନିଜିମ୍ ଲାବୋରେଟୋରିର ମୁଖ୍ୟ ଭ୍ଲାଡିମିର ଗୁସ୍‌ଚିନ୍ ଗତ ଜୁନରେ ଏହି ଟିକା ଡେଲ୍‌ଟା ପ୍ରଜାତି ବିରୋଧରେ ପ୍ରାୟ ୧୦୦ ପ୍ରତିଶତ ସୁରକ୍ଷା ଦେବା ବିଷୟ କହିଥିଲେ ବୋଲି ସେ ସୂଚନା ଦେଇଛନ୍ତି। ରୁଷିଆର ଡାଇ‌ରେକ୍ଟ ଇନଭେଷ୍ଟମେଣ୍ଟ୍ ଫଣ୍ଡ ପକ୍ଷରୁ ଦାବି କରାଯାଇଥିଲା ଯେ ଭାରତରେ ପ୍ରଥମେ ଦେଖାଦେଇଥିବା ଡେଲଟା ପ୍ରଜାତିର କରୋନା ଭୂତାଣୁ ବିରୋଧରେ ସ୍ପୁଟନିକ୍ ଭି ଟିକା ଅଧିକ ଫଳପ୍ରଦ। ଉଲ୍ଲେଖଯୋଗ୍ୟ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ରୁଷିଆ ସ୍ପୁଟନିକ ଭି ଟିକା ୨୦୨୦ ଅଗଷ୍ଟରେ ବିକାଶ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe