ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ଠାରୁ ଜବତ ହେଲା ଡାଏରୀ, ଖୋଲିପାରେ ପାକିସ୍ତାନ ଲିଙ୍କର ବଡ଼ ଗୁମର...

ଡାଏରୀ ଖୋଲିବ ଗୁପ୍ତଚରଙ୍କ ଗୁମର ? ପାକିସ୍ତାନ ସହ କେବେଠୁ ଲିଙ୍କରେ ଅଛନ୍ତି ଜ୍ୟୋତି ? ପାକିସ୍ତାନକୁ ସେ କେତେ ଥର ଯାଇଛନ୍ତି ? କାହା କାହା ସହ ମିଶନ୍ତି ଏବଂ କେଉଁଠି କେଉଁଠି ରୁହନ୍ତି ? ପାକିସ୍ତାନକୁ ବାରମ୍ବାର ଯିବା ପରେ ସେଠାର ଅନୁଭୂତି କଣ ? ପାକିସ୍ତାନକୁ ନେଇ ଜ୍ୟୋତିଙ୍କ ମତ କଣ ?

dairy

Photograph: (Sambad.in)

ନୂଆଦିଲ୍ଲୀ: ଡାଏରୀ ଖୋଲିବ ଗୁପ୍ତଚରଙ୍କ ଗୁମର ? ପାକିସ୍ତାନ ସହ କେବେଠୁ ଲିଙ୍କରେ ଅଛନ୍ତି ଜ୍ୟୋତି ? ପାକିସ୍ତାନକୁ ସେ କେତେ ଥର ଯାଇଛନ୍ତି ? କାହା କାହା ସହ ମିଶନ୍ତି ଏବଂ କେଉଁଠି କେଉଁଠି ରୁହନ୍ତି ? ପାକିସ୍ତାନକୁ ବାରମ୍ବାର ଯିବା ପରେ ସେଠାର ଅନୁଭୂତି କଣ ? ପାକିସ୍ତାନକୁ ନେଇ ଜ୍ୟୋତିଙ୍କ ମତ କଣ ? ଏ ସବୁ ପ୍ରଶ୍ନର ଉତ୍ତର ଖୋଲିପାରେ ଜ୍ୟୋତିଙ୍କ ଡାଏରୀ । କାରଣ ପୋଲିସକୁ ମିଳିଥିବା ଜ୍ୟୋତି ମଲହୋତ୍ରାଙ୍କ ବ୍ୟକ୍ତିଗତ ଡାଏରୀ । ଯେଉଁଥିରେ ସେ ନିଜ ମନକଥା ସହ ନିଜର ଯାତ୍ରା ବିବରଣୀ ମଧ୍ୟ ଲେଖନ୍ତି ।

Jyoti Malhotra diary entry

ଟ୍ରାଭେଲ ​​​​ଓ୍ବିଥ୍ ଜୋକୁ ଆଳ କରି ବିଦେଶ ବୁଲୁଥିବା ଜ୍ୟୋତି ସୀମା ପାର କଲା ବେଳର ସମୟ, ତାରିଖ ଏବଂ ଭାରତ-ପାକିସ୍ତାନ ଭିତରେ ଥିବା ସମ୍ପର୍କ ବାବଦରେ ନିଜ ଡାଏରୀରେ ଲେଖିଛନ୍ତି । ଜ୍ୟୋତିଙ୍କ ଡାଏରୀର ୧୦ରୁ ୧୧ ପୃଷ୍ଠା କେବଳ ପାକିସ୍ତାନ ବାବଦରେ ହିଁ ଲେଖାଅଛି । ଜ୍ୟୋତି ନିଜ ଡାଏରୀରେ ପାକିସ୍ତାନର ଆତିଥ୍ୟତାକୁ ଭୂରି ଭୂରି ପ୍ରଶଂସା କରିଥିବା ବେଳେ ଭାରତର ହିନ୍ଦୁମାନେ ଥରେ ଥରେ ପାକିସ୍ତାନ ଯାଇ ବୁଲିଆସିବା ଦରକାର ବୋଲି ସେ ନିଜ ମତ ସେଥିରେ ଲେଖିଛନ୍ତି

ଜ୍ୟୋତି ହିନ୍ଦୀ ଏବଂ ଇଂରାଜୀରେ ଡାଏରୀ ଲେଖୁଥିବା ବେଳେ ଏହି ଡାଏରୀ ପାକ୍ ଲିଙ୍କ ନେଇ ବଡ ଖୁଲାସା କରିପାରେ ବୋଲି ପୋଲିସ କହିଛି । ତେବେ ଡାଏରୀ ପରେ ଜ୍ୟୋତିଙ୍କ ସମ୍ପର୍କରେ ଥିବା ପୁରୀର ପ୍ରିୟଙ୍କା ସେନାପତିଙ୍କ ଉପରେ ବି ନଜର ରଖାଯାଇଛି । 

youtuber-jyoti-malhotra | pakistan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe