ବିଜେପିରେ ସାମିଲ ହେଲେ ଦିଗବିଜୟ ସିଂହଙ୍କ ଝିଅ ତଥା ସୁଟର ଶ୍ରେୟାସୀ ସିଂ

Advertisment
ବିଜେପିରେ ସାମିଲ ହେଲେ ଦିଗବିଜୟ ସିଂହଙ୍କ ଝିଅ ତଥା ସୁଟର ଶ୍ରେୟାସୀ ସିଂ

ନୂଆଦିଲ୍ଲୀ: ବିହାରର ପୂର୍ବତନ ଭେଟେରାନ୍ ନେତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଗବିଜୟ ସିଂଙ୍କ ଝିଅ ଶ୍ରେୟାସୀ ସିଂ ରବିବାର ଦିନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଶ୍ରେୟାସୀ ଭୁପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗଦେବା ପରେ ଶ୍ରେୟାସୀ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ମଧ୍ୟ ଭେଟିଥିଲେ। ଯେତେବେଳେ ଶ୍ରେୟାସୀ ବିଜେପିରେ ଯୋଗ ଦେଇଥିଲେ, ସେତେବେଳେ ବିଜେପିର ସାଧାରଣ ସମ୍ପାଦକ ଅରୁଣ ସିଂ ଏବଂ ବିହାର ବିଜେପିର ସଭାପତି ସଞ୍ଜୟ ଜୟସ୍ବାଲ ମଧ୍ୟ ଉପସ୍ଥିତ ଥିଲେ।

ଆଉ ବିଜେପିରେ ସାମିଲ ହେବା ପରେ ଶ୍ରେୟାସୀ ସିଂ ବିଜେପି ଟିକେଟରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ ଯେ ଅନ୍ତର୍ଜାତୀୟ ସ୍ତରର ସୁଟର ଶ୍ରେୟାସୀ ସିଂ ଦୀର୍ଘ ଦିନ ଧରି ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା ଚାଲିଥିଲା ଓ ସେ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କଳ୍ପନାଜଳ୍ପନା କରାଯାଉଥିଲା।

୨୦୧୮ କମନୱେଲଥ ଗେମ୍ସରେ ଶ୍ରେୟାସୀ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ | ୨୦୧୪ ଗ୍ଲାସ୍ଗୋ କମନୱେଲଥ ଗେମ୍ସରେ, ଶ୍ରେୟାସି ଶୁଟିଂର ଡବଲ୍ ଟ୍ରାପ୍ ଇଭେଣ୍ଟରେ ର ରୌପ୍ୟ ପଦକ ଜିତିଥିଲେ | କ୍ରୀଡ଼ାରେ ତାଙ୍କର ଅବଦାନକୁ ବିଚାର କରି ଅର୍ଜୁନ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe