ମୁମ୍ବାଇ : ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀଙ୍କ ମରଶରୀର ଆଜି ମୁମ୍ବାଇ ଆସିବାର ସମ୍ଭାବନା କମ୍। ରାତି ୯ଟା ସୁଦ୍ଧା ଶ୍ରୀଦେବୀଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର ହୋଇନଥିବା ଓ ଆଇନଗତ ପ୍ରକ୍ରିୟା ପାଇଁ ମୃତଦେହ ହସ୍ତାନ୍ତରରେ ବିଳମ୍ବ ହୋଇଥିବା ସୂଚନା ମିଳିଛି। ଏହି ଖବର ଦୁବାଇର ଗଣମାଧ୍ୟମ ‘ଖଲିଜ୍ ଟାଇନ୍ସ’ ସୂତ୍ରରୁ ପ୍ରକାଶ। ଆସନ୍ତାକାଲି ମୁମ୍ବାଇ ଅଭିମୁଖେ ଶ୍ରୀଦେବୀଙ୍କ ପାର୍ଥିବ ଶରୀର ବାହାରିବ ବୋଲି ସୂଚନା ମିଳିଛି।
ଏଠାରେ ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତିରେ ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀ ଦୁବାଇରେ ନିଜର ଭଣଜା ମୋହିତ ମାରଓ୍ଵାହଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କର ହୃଦ୍ଘାତରେ ପରଲୋକ ହୋଇଯାଇଛି।
Follow Us