Image Courtesy of NDTV
କଲମ୍ବୋ: ପେଟ୍ରୋଲ୍ ଜାହାଜ ଆସି ବନ୍ଦରରେ ଲାଗିଥିଲେ ସୁଦ୍ଧା କିଣିବାକୁ ସରକାରଙ୍କ ପାଖରେ ବୈଦେଶିକ ମୁଦ୍ରା ନ ଥିବାରୁ ପେଟ୍ରୋଲ୍ ପମ୍ପ୍ରେ ଧାଡ଼ି ନ ବାନ୍ଧିବା ଲାଗି ଶ୍ରୀଲଙ୍କା ତା’ର ନାଗରିକମାନଙ୍କୁ କହିଛି।
ବୁଧବାର ଦିନ ସାଂସଦରେ ଶକ୍ତିମନ୍ତ୍ରୀ କଞ୍ଚନ ବିଜେସେକେରା କହିଛନ୍ତି, ଆମ ଜଳରାଶିକୁ ଗୋଟାଏ ପେଟ୍ରୋଲ୍ ଜାହାଜ ଆସିଛି। କିନ୍ତୁ, ଖରିଦ କରିବା ଲାଗି ବୈଦେଶିକ ମୁଦ୍ରା ନାହିଁ। ଆଜି କିଂବା କାଲି ଉକ୍ତ ଜାହାଜରୁ ପେଟ୍ରୋଲ୍ ଖରିଦ କରାଯାଇ ପାରେ ବୋଲି ଶ୍ରୀଲଙ୍କା ଆଶା କରୁଛି। ପୂର୍ବରୁ ମଧ୍ୟ ଶ୍ରୀଲଙ୍କା ଉପରେ ଉକ୍ତ ଯୋଗାଣକାରୀ କମ୍ପାନି ୫୩ ନିୟୁତ ଡଲାର୍ ବାକି ରଖିଛି।
Image Courtesy of The Business Timesସୋମବାର ଦିନ ମଧ୍ୟ ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମସିଂଘେ କହିଥିଲେ, ଦେଶରେ ଆଉ ମାତ୍ର ଗୋଟିଏ ଦିନ ପାଇଁ ପେଟ୍ରୋଲ୍ ଗଚ୍ଛିତ ରହିଛି। ଶ୍ରୀଲଙ୍କା ଜଳରାଶିରେ ଲଙ୍ଗର ପକାଇଥିବା ତିନୋଟି ଅଶୋଧିତ ତୈଳ ଓ ଫର୍ଣ୍ଣାନ୍ସ୍ ତୈଳ ଜାହାଜର ଦେୟ ପୈଠ କରିବା ଲାଗି ସରକାର ଡଲାର୍ ବ୍ୟବସ୍ଥା କରୁଛନ୍ତି।
ବୁଧବାର ଦିନ ମଧ୍ୟ ବିକ୍ରମସିଂଘେ କହିଛନ୍ତି, ସରକାର ବିଶ୍ବ ବ୍ୟାଙ୍କ୍ ସହ ଆଲୋଚନା କରୁଛନ୍ତି। ଜନ କଲ୍ୟାଣ ପାଇଁ ବିଶ୍ବବ୍ୟାଙ୍କ୍ ଦେବାକୁ ଥିବା ୧୬୦ ନିୟୁତ ଡଲାର୍ରୁ କିଛି ମିଳିଲେ ସେଥିରେ ଇନ୍ଧନ ଆମଦାନି କରାଯିବ।
କିନ୍ତୁ, ଏବେ ଶ୍ରୀଲଙ୍କାରେ ଯଥେଷ୍ଟ ଡିଜେଲ୍ ଗଚ୍ଛିତ ଥିବା କଥା ସେ କହିଛନ୍ତି।
Follow Us