ଭାରତ ଚାପରେ ନିଷ୍ପତ୍ତି ବଦଳାଇଲା ଶ୍ରୀଲଙ୍କା: ଚୀନ୍‌ର ଗୁଇନ୍ଦା ଜାହାଜକୁ ଅଟକାଇଲା

Advertisment
ଭାରତ ଚାପରେ ନିଷ୍ପତ୍ତି ବଦଳାଇଲା ଶ୍ରୀଲଙ୍କା: ଚୀନ୍‌ର ଗୁଇନ୍ଦା ଜାହାଜକୁ ଅଟକାଇଲା

କଲମ୍ବୋ, ୬/୮: ଚୀନ୍‌ର ଋଣଭାରରେ ବୁଡ଼ି ରହିଥିବା ଶ୍ରୀଲଙ୍କା ଏବେ ଭାରତର ଦାବିକୁ ସମ୍ମାନ ଜଣାଇ ଚୀନ୍‌ର ଏକ ଗୁଇନ୍ଦା ଜାହାଜକୁ ଅଟକାଇଛି। ଶ୍ରୀଲଙ୍କାର ହମ୍ବନତୋଟା‌ ବନ୍ଦରରେ ଚୀନ୍‌ର ଗୁଇନ୍ଦା ଜାହାଜ ଲାଗିବାର ଥିଲା। ଏକ ରୁଟିନ କାର୍ଯ୍ୟକ୍ରମରେ ଚୀନ୍‌ର ଏହି ଜାହାଜ ଆସୁଛି ବୋଲି ଶ୍ରୀଲଙ୍କା ପୂର୍ବରୁ ସ୍ପଷ୍ଟ କରିଥିଲା। କିନ୍ତୁ ଭାରତ ଏହାକୁ କଡ଼ା ବିରୋଧ କରିଥିଲା। ଭାରତର ବି‌‌ରୋଧ ପରେ ଶ୍ରୀଲଙ୍କା ଚୀନ୍‌କୁ ଜାହାଜ ନେଇ ଆଗକୁ ନବଢ଼ିବାପାଇଁ ଅନୁ‌‌ରୋଧ କରିଛି। ଚୀନ୍‌ର ଉଆନ ୱାଙ୍ଗ ୫ ଜାହାଜ ଚୀନ୍‌ର ଜିଆଙ୍ଗିନ ବନ୍ଦରରୁ ବାହାରି ଶ୍ରୀଲଙ୍କାର ହମ୍ବନ‌ତୋଟା ବନ୍ଦରରେ ଆସନ୍ତା ୧୧ ତାରିଖରେ ପହଞ୍ଚିବାର ଥିଲା। ଏହି ଜାହାଜ ଏକ ଗବେଷଣା କାର୍ଯ୍ୟରେ ମୁତୟନ ହେବ ବୋଲି କୁହାଯାଇଥିଲା। କିନ୍ତୁ ଭାରତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହା ଚୀନ୍‌ର ଗୁଇନ୍ଦା ଜାହାଜ। ଭାରତର ନୌସେନା କାର୍ଯ୍ୟକ୍ରମ ଉପରେ ଏହି ଜାହାଜ ଗୁଇନ୍ଦାଗିରି କରିବା ନେଇ ଭାରତ ଚିନ୍ତା ପ୍ରକଟ କରିଥିଲା ଏବଂ ଏହା ବିରୋଧରେ ଶ୍ରୀଲଙ୍କାକୁ ଅଭିଯୋଗ କରିଥିଲା।

ଦକ୍ଷିଣ ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ଚୀନ୍ ନିଜର ବିସ୍ତାରବାଦୀ କାର୍ଯ୍ୟକଳାପ ବୃଦ୍ଧି କରିଥିବାରୁ ଭାରତ ଏହା ଉପରେ କଡ଼ା ନଜର ରଖିଛି। ଭାରତର ବିଦେଶ ମନ୍ତ୍ରାଳୟ ଗତ ସପ୍ତାହରେ କହିଥିଲା ଯେ, ଚୀନ୍‌ର ଏହି କାର୍ଯ୍ୟକୁ ଭାରତ ଅତି ଭଲଭାବେ ଯାଞ୍ଚ କରୁଛି। ଭାରତ ନିଜର ସୁରକ୍ଷା ଦିଗରେ ସମସ୍ତ ପଦ‌କ୍ଷେପ ଗ୍ରହଣ କରିବ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। ଶ୍ରୀଲଙ୍କା ବିଦେଶ ମନ୍ତ୍ରାଳୟ ପକ୍ଷରୁ ଚୀନ୍‌ ଦୂତାବାସକୁ ଏକ ଚିଠି ଲେଖି ହମ୍ବନତୋଟା ବନ୍ଦରକୁ ଏହାର ଜାହାଜ ନପଠାଇବାକୁ ଅନୁରୋଧ କରାଯାଇଛି। ଉକ୍ତ ପ୍ରସଙ୍ଗରେ ପରବର୍ତ୍ତୀ ଆଲୋଚନା ନହେବା ପର୍ଯ୍ୟନ୍ତ ଚୀନ୍‌ ଏହି କାର୍ଯ୍ୟ ବନ୍ଦ ରଖିବାପାଇଁ ଶ୍ରୀଲଙ୍କା କହିଛି। ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ରାଜନୈତିକ ଦଳ ନେତାମାନଙ୍କୁ ନିଶ୍ଚିତ କରି କହିଛନ୍ତି ଚୀନ୍‌ ଜାହାଜର ଏହି ବିବାଦୀୟ ଉପସ୍ଥିତି ଗ୍ରହଣୀୟ ହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe