ଶ୍ରୀଲଙ୍କା ସଙ୍କଟ: ଭାରତକୁ ଚାଲି ଆସିଛନ୍ତି କି ମହିନ୍ଦା ରାଜ‌ପକ୍ଷେ ଓ ତାଙ୍କ ପରିବାର?

Advertisment
ଶ୍ରୀଲଙ୍କା ସଙ୍କଟ: ଭାରତକୁ ଚାଲି ଆସିଛନ୍ତି କି ମହିନ୍ଦା ରାଜ‌ପକ୍ଷେ ଓ ତାଙ୍କ ପରିବାର?

Image Courtesy of Zee News

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାର ଦିନକ ପରେ ଖବର ପ୍ରସାରିତ ହେଲା କି, ୭୬ ବର୍ଷିୟ ରାଜ‌ପକ୍ଷେ ଏବଂ ତାଙ୍କ ପରିବାର ଭାରତକୁ ଚାଲି ଆସିଛନ୍ତି। କିନ୍ତୁ, ଶ୍ରୀଲଙ୍କାସ୍ଥିତ ଭାରତୀୟ ହାଇକମିସନ୍‌ ଏହାକୁ ଅସ୍ବୀକାର କରି କହିଛନ୍ତି ଯେ, ସ୍ଥାନୀୟ ଗଣମାଧ୍ୟମଗୁଡ଼ିକ ପ୍ରସାରଣ କରୁଥିବା ଏଭଳି ଖବର ସମ୍ପୂର୍ଣ୍ଣ ମିଥ୍ୟା।

ଗତରାତିରେ ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଭାରତୀୟ ହାଇକମିସନ୍‌ କହିଛି, ଜଣେ ରାଜନୈତିକ ବ୍ୟକ୍ତିତ୍ବ ଏବଂ ତାଙ୍କ ପରିବାର ଭାରତ ପଳାୟନ କରିଛନ୍ତି ବୋଲି କେତେକ ଶ୍ରେଣୀର ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରସାରଣ ହେଉଥିବା ହାଇକମିସନ୍‌ ଦୃଷ୍ଟିକୁ ଆସିଛି। ସ‌େ ସବୁ ଖବର ଅବାସ୍ତବ ଏବଂ ଡାହା ମିଛ। ଏଥିରେ କୌଣସି ସତ୍ୟତା କିଂବା ଭିତ୍ତି ନାହିଁ। ହାଇକମିସନ୍‌ ଦୃଢତାର ସହ ଏ ଖବରକୁ ଅସ୍ବୀକାର କରୁଛି।

publive-image Image Courtesy of Telegraph

ଶ୍ରୀଲଙ୍କାରେ ଅଭୂତପୂର୍ବ ଉତ୍କଟ ଆର୍ଥିକ ସଙ୍କଟ ହେତୁ ସୋମବାର ଦିନ ମହିନ୍ଦା ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ। ଏହାର କିଛି ସମୟ ପୂର୍ବରୁ ମହିନ୍ଦାଙ୍କ ସମର୍ଥକମାନେ ସରକାର-ବିରୋଧୀ ପ୍ରତିବାଦକାରୀମାନଙ୍କୁ ଆକ୍ରମଣ କରିଥ‌ିଲେ।

ସୂଚନାଯୋଗ୍ୟ, ମଙ୍ଗଳବାର ପ୍ରତ୍ୟୁଷରୁ ଆବାସିକ ବାସଭବନ ‘ଟେମ୍ପଲ୍‌ ଟ୍ରିଜ୍‌’ ଛାଡ଼ି ଚାଲିଯାଇଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ମହିନ୍ଦା ରାଜପକ୍ଷେଙ୍କ ଅବସ୍ଥାନ ସଂକ୍ରାନ୍ତରେ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ଚାଲିଛି।

ସେ ତ୍ରିନୋକୋମାଲୀ ଜିଲ୍ଲା ଅନ୍ତର୍ଗତ ପୂର୍ବାଞ୍ଚଳ ବନ୍ଦରରେ ଥିବା ନୌସେନା ଘାଟିରେ ଆଶ୍ରୟ ନେଇଥିବା ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe