୩୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା: ୫ ଡଙ୍ଗା ଜବତ

ଶ୍ରୀଲଙ୍କା ନୌସେନା ରବିବାର ୩୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହିତ ସେମାନଙ୍କର ପାଞ୍ଚଟି ମାଛ ଧରା ଡଙ୍ଗାକୁ ଜବତ କରିଛି। ଶ୍ରୀଲଙ୍କା ନୌସେନା ଏକ ବିବୃତି ଜାରି କରି କହିଛି ଯେ, ମନ୍ନାରର ଉତ୍ତରରେ ସମୁଦ୍ର ଅଞ୍ଚଳରେ ଏକ ସ୍ୱତନ୍ତ୍ର ଅଭିଯାନରେ ଏହି ଲୋକମାନଙ୍କୁ ଗିରଫ କରାଯାଇଛି...

Sri Lanka Navy arrested 32 Indian fishermen: 5 boats seized

Sri Lanka Navy arrested 32 Indian fishermen: 5 boats seized Photograph: (Sambad.in)

କଲମ୍ବୋ: ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ସମ୍ପର୍କ ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇନାହିଁ।  ପଡ଼ୋଶୀ ଦେଶର କର୍ତ୍ତୃପକ୍ଷ ରବିବାର ଶ୍ରୀଲଙ୍କା ଜଳସୀମାରେ ପ୍ରବେଶ କରି ବେଆଇନ ଭାବେ ମାଛ ଧରୁଥିବା ଅଭିଯୋଗରେ ୩୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହିତ ସେମାନଙ୍କର ପାଞ୍ଚଟି ମାଛ ଧରା ଡଙ୍ଗାକୁ ଜବତ କରିଛନ୍ତି।

ଏହି ବିଷୟରେ ସୂଚନା ଦେଇ ଶ୍ରୀଲଙ୍କା ନୌସେନା ଏକ ବିବୃତି ଜାରି କରି କହିଛି ଯେ, ମନ୍ନାରର ଉତ୍ତରରେ ସମୁଦ୍ର ଅଞ୍ଚଳରେ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ଏହି ଲୋକମାନଙ୍କୁ ଗିରଫ କରାଯାଇଛି। ସେମାନେ ଶ୍ରୀଲଙ୍କାର ସାମୁଦ୍ରିକ ସୀମା ଭିତରେ ବେଆଇନ ଭାବେ ମାଛ ଧରୁଥିଲେ।

ବିବୃତିରେ କୁହାଯାଇଛି ଯେ, ପାଞ୍ଚଟି ଭାରତୀୟ ମାଛ ଧରା ଡଙ୍ଗା ଜବତ କରାଯାଇଛି ଏବଂ ୩୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି।

ଶ୍ରୀଲଙ୍କା ନୌସେନା କହିଛି ଯେ ଗିରଫ ମତ୍ସ୍ୟଜୀବୀ ଏବଂ ସେମାନଙ୍କ ଡଙ୍ଗାଗୁଡ଼ିକୁ ତଲାଇମାନ୍ନାର ପିଅରକୁ ଅଣାଯାଇଥିଲା, ଯେଉଁଠାରେ ସେମାନଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ନାର ମତ୍ସ୍ୟ ନିରୀକ୍ଷକଙ୍କୁ ହସ୍ତାନ୍ତର କରାଯିବ। ବିବୃତି ଅନୁଯାୟୀ, ଶ୍ରୀଲଙ୍କା ନୌସେନା ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୩୧ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଏବଂ ଶ୍ରୀଲଙ୍କା ଜଳସୀମାରେ ବେଆଇନ ମାଛ ଧରିବାରେ ବ୍ୟବହୃତ ହେଉଥିବା ୧୮ଟି ଡଙ୍ଗା ଜବତ କରିଛି।

ଅଧିକ ପଢ଼ନ୍ତୁ: ୫ ମାସ ପରେ ହେଜବୁଲ୍ଲା ନେତା ହାସନ ନସରଲ୍ଲାହଙ୍କୁ କବର

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମତ୍ସ୍ୟଜୀବୀଙ୍କ ପ୍ରସଙ୍ଗ ଏକ ବିବାଦୀୟ ପ୍ରସଙ୍ଗ ହୋଇ ରହିଆସିଛି। ଶ୍ରୀଲଙ୍କା ଜଳସୀମାରେ ବେଆଇନ ପ୍ରବେଶର ଅନେକ ଅଭିଯୋଗରେ ଶ୍ରୀଲଙ୍କା ନୌସେନା କର୍ମଚାରୀମାନେ ପାକ୍ ଷ୍ଟ୍ରିଟ୍ ଅଞ୍ଚଳରେ ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଗୁଳି ଚଳାଇଛନ୍ତି ଏବଂ ସେମାନଙ୍କ ଡଙ୍ଗା ଜବତ କରିଛନ୍ତି।

ଚଳିତ ବର୍ଷ ଆରମ୍ଭରୁ, ଶ୍ରୀଲଙ୍କା ନୌସେନା ୧୩୧ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଏବଂ ୨୦ଟି ମାଛଧରା ଟ୍ରଲର ଜବତ କରିଛି। ଏଥର ଗିରଫ ହୋଇଥିବା ୩୨ ଜଣ ମତ୍ସ୍ୟଜୀବୀ ତାମିଲନାଡୁର ବାସିନ୍ଦା। ରାଜ୍ୟର ମତ୍ସ୍ୟଜୀବୀମାନେ ରବିବାର ଏକ ବୈଠକ କରି ସେମାନଙ୍କ ସାଥୀମାନଙ୍କୁ ମୁକ୍ତ କରିବା ପାଇଁ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ରାଜକୋଷ ଖାଲି କରିଦେଇଛନ୍ତି ଆପ ସରକାର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe