୩୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା: ୫ ଡଙ୍ଗା ଜବତ

Advertisment

ଶ୍ରୀଲଙ୍କା ନୌସେନା ରବିବାର ୩୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହିତ ସେମାନଙ୍କର ପାଞ୍ଚଟି ମାଛ ଧରା ଡଙ୍ଗାକୁ ଜବତ କରିଛି। ଶ୍ରୀଲଙ୍କା ନୌସେନା ଏକ ବିବୃତି ଜାରି କରି କହିଛି ଯେ, ମନ୍ନାରର ଉତ୍ତରରେ ସମୁଦ୍ର ଅଞ୍ଚଳରେ ଏକ ସ୍ୱତନ୍ତ୍ର ଅଭିଯାନରେ ଏହି ଲୋକମାନଙ୍କୁ ଗିରଫ କରାଯାଇଛି...

Sri Lanka Navy arrested 32 Indian fishermen: 5 boats seized

Sri Lanka Navy arrested 32 Indian fishermen: 5 boats seized Photograph: (Sambad.in)

କଲମ୍ବୋ: ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ସମ୍ପର୍କ ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇନାହିଁ।  ପଡ଼ୋଶୀ ଦେଶର କର୍ତ୍ତୃପକ୍ଷ ରବିବାର ଶ୍ରୀଲଙ୍କା ଜଳସୀମାରେ ପ୍ରବେଶ କରି ବେଆଇନ ଭାବେ ମାଛ ଧରୁଥିବା ଅଭିଯୋଗରେ ୩୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହିତ ସେମାନଙ୍କର ପାଞ୍ଚଟି ମାଛ ଧରା ଡଙ୍ଗାକୁ ଜବତ କରିଛନ୍ତି।

ଚଳିତ ବର୍ଷ ଆରମ୍ଭରୁ, ଶ୍ରୀଲଙ୍କା ନୌସେନା ୧୩୧ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଏବଂ ୨୦ଟି ମାଛଧରା ଟ୍ରଲର ଜବତ କରିଛି। ଏଥର ଗିରଫ ହୋଇଥିବା ୩୨ ଜଣ ମତ୍ସ୍ୟଜୀବୀ ତାମିଲନାଡୁର ବାସିନ୍ଦା। ରାଜ୍ୟର ମତ୍ସ୍ୟଜୀବୀମାନେ ରବିବାର ଏକ ବୈଠକ କରି ସେମାନଙ୍କ ସାଥୀମାନଙ୍କୁ ମୁକ୍ତ କରିବା ପାଇଁ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ରାଜକୋଷ ଖାଲି କରିଦେଇଛନ୍ତି ଆପ ସରକାର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe