ଇସ୍ତଫା ଦେବା ଆଗରୁ ମାଳଦ୍ବୀପକୁ ପଳାୟନ କଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ: ରିପୋର୍ଟ

Advertisment
ଇସ୍ତଫା ଦେବା ଆଗରୁ ମାଳଦ୍ବୀପକୁ ପଳାୟନ କଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ: ରିପୋର୍ଟ

Image Courtesy of NDTV

କଲମ୍ବୋ: ଆଜି ଇସ୍ତଫା ଦେବେ ବୋଲି ଆଶା କରାଯାଉଥିବା ବେଳେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଗତ ବିଳମ୍ବିତ ରାତ୍ରରେ ମାଳଦ୍ବୀପକୁ ଖସି ପଳାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

‘ରଏଟର୍ସ’ ରିପୋର୍ଟ ଅନୁସାରେ, ଆଜି ପ୍ରତ୍ୟୁରେ ରାଜପକ୍ଷେ, ତାଙ୍କ ପତ୍ନୀ ଏବଂ ଦୁଇଜଣ ଅଙ୍ଗରକ୍ଷୀ ଗୋଟାଏ ଶ୍ରୀଲଙ୍କୀୟ ବାୟୁସେନା ବିମାନ ‘ଆଣ୍ଟୋନୋଭ୍‌-୩୨’ରେ ଚଢ଼ି ମାଳଦ୍ବୀପର ରାଜଧାନୀ ମାଲେ ନଗରୀକୁ ଚାଲିଯାଇଛନ୍ତି। କଲମ୍ବୋ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିବା ଉକ୍ତ ବାୟୁସେନା ବିମାନଟି ଆଜି ପ୍ରତ୍ୟୁଷରେ ମାଳଦ୍ବୀପରେ ଅବତରଣ କରିଛି।

ଅନ୍ୟ ଏକ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ରାଜପକ୍ଷେ ତାଙ୍କର ପରିବାରର ୫ଜଣ ସଦସ୍ୟ ଏବଂ ୩ଜଣ କର୍ମଚାରୀଙ୍କୁ ନେଇ ମାଳଦ୍ବୀପ ଯାଇଛନ୍ତି।

publive-image Image Courtesy of NDTV

ମାଳଦ୍ବୀପରେ ପହଞ୍ଚିବା ପରେ ପୁଲିସ ସହାୟତାରେ ତାଙ୍କୁ କାର୍‌ଯୋଗେ କୌଣସି ଏକ ଅଜ୍ଞାତ ସ୍ଥାନକୁ ନିଆଯାଇଛି ବୋଲି ମାଲେର ଜଣେ ବିମାନ ବନ୍ଦର ଅଧିକାରୀ କହିଛନ୍ତି। ସେଠାରୁ ସେ ଅନ୍ୟ ଏକ ଏସୀୟ ରାଷ୍ଟ୍ରକୁ ପଳାଇଯିବାର ଯଥେଷ୍ଟ ସମ୍ଭାବନା ଅଛି।

ଶୁକ୍ରବାରଠାରୁ ସର୍ବସାଧାରଣରେ ଦେଖା ଦେଉ ନ ଥିବା ରାଜପକ୍ଷେ, ମିଳିତ ସରକାର ଗଠନ ନିମନ୍ତେ ପଥ ପରିଷ୍କାର କରିବା ଲାଗି ଆଜି ଇସ୍ତଫା ଦେବାର ଥିଲା। କ୍ଷମତା ଛାଡ଼ନ୍ତୁ ବୋଲି ଦାବି କରି ଗତ ଶନିବାର ଦିନ ଅସଂଖ୍ୟ ପ୍ରତିବାଦକାରୀ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଧଷେଇ ପଶିଥିଲେ।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତିଙ୍କ ଭାଇ ତଥା ଶ୍ରୀଲଙ୍କାର ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ୍‌ ରାଜପକ୍ଷେ ମଧ୍ୟ ସୋମବାର ଦିନ ଦେଶ ଛାଡ଼ି ଦୁବାଇ ଚାଲିଯିବାକୁ ଉଦ୍ୟମ କରିଥିଲେ, କିନ୍ତୁ ତାଙ୍କୁ ବିମାନ ବନ୍ଦରରେ ଅଟକା ଯାଇଥିଲା। ଦେଶର ଆର୍ଥିକ ସଙ୍କଟ ନିମନ୍ତେ ୭୧ ବର୍ଷିୟ ବାସିଲ୍‌ଙ୍କୁ ହିଁ ଦାୟୀ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe