ପ୍ରତିବାଦକାରୀମାନେ ଘେରାଉ କରିବାରୁ ସରକାରୀ ବାସଭବନରୁ ଖସି ପଳାଇଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ: ରିପୋର୍ଟ

Advertisment
ପ୍ରତିବାଦକାରୀମାନେ ଘେରାଉ କରିବାରୁ ସରକାରୀ ବାସଭବନରୁ ଖସି ପଳାଇଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ: ରିପୋର୍ଟ

Image Courtesy of Zee News

ନୂଆଦିଲ୍ଲୀ: ପ୍ରତିବାଦକାରୀମାନେ ଘେରାଉ କରିବାରୁ ଆଜି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ କଲମ୍ବୋସ୍ଥିତ ସରକାରୀ ବାସଭବନରୁ ଖସି ପଳାଇଥିବା କଥା ପ୍ରତିରକ୍ଷାସୂତ୍ରରୁ ତଥ୍ୟ ସଂଗ୍ରହ କରି ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’ ରିପୋର୍ଟ କରିଛି।

ଶ୍ରୀଲଙ୍କାରୁ ପ୍ରକାଶିତ ‘ଡେଲି ମିରର୍‌’ ରିପୋର୍ଟ କରିଛି ଯେ, ପ୍ରତିବାଦକାରୀମାନେ ରାଷ୍ଟ୍ରପତିଙ୍କ ବାସଭବନ ମଧ୍ୟକୁ ପଶିଯାଇଥିଲେ।

ସ୍ଥାନୀୟ ଟଭି ନିଉଜ୍‌ ‘ନିଉଜ୍‌ ଫାଷ୍ଟ୍‌’ ଚାନେଲ୍‌ ପ୍ରସାରଣ କରିଥିବା ‘ଭିଡିଓ ଫୁଟେଜ୍‌’ରେ ଦେଖାଯାଉଛି, ଶ୍ରୀଲଙ୍କାର ଜାତୀୟ ପତାକା ଏବଂ ହେଲ୍‌ମେଟ୍‌ ଧରି କିଛି ପ୍ରତିବାଦକାରୀ ବଳପୂର୍ବକ ରାଷ୍ଟ୍ରପତିଙ୍କ ବାସଭବନରେ ପ୍ରବେଶ କରୁଛନ୍ତି।

publive-image Image Courtesy of The Indian Express

ପୁଲିସ ଫାଙ୍କା ଗୁଳି ଚାଳନା କରିଥିଲେ ବି ରାଷ୍ଟ୍ରପତିଙ୍କ ବାସଭବନ ଘେରାଉ କରିଥିବା ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବାରେ ଅସମର୍ଥ ହୋଇଥିଲା ବୋଲି ଜଣେ ପ୍ର‌ତ୍ୟକ୍ଷଦର୍ଶୀଙ୍କଠାରୁ ଶୁଣି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ବାରିକେଡ୍‌ ଭାଙ୍ଗି ହଜାର ହଜାର ପ୍ରତିବାଦକାରୀମାନେ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ‘ଫୋର୍ଟ’ର ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚିଥିଲେ। ଫାଙ୍କା ଗୁଳି ଚାଳନା କରିବା ସହ ଲୁହବୁହା ବାଷ୍ପ ପ୍ରୟୋଗ କରି ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବାରେ ବିଫଳ ହେବା ପରେ ପୁଲିସ ମଧ୍ୟ ସେ ଅଞ୍ଚଳରୁ ଛତ୍ରଭଙ୍ଗ ଦେଇଥିଲେ।

ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଆର୍ଥିକ ପରିସ୍ଥିତ ଉତ୍କଟ ହେବାରୁ ମାର୍ଚ ମାସରୁ ଅଗଣିତ ପ୍ରତିବାଦକାରୀ ରାଷ୍ଟ୍ରପତି ରାଜପକ୍ଷେଙ୍କ ଇସ୍ତଫା ଦାବି କରି ଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe