Image Courtesy of NDTV
କଲମ୍ବୋ: ଅଭୂତପୂର୍ବ ଇନ୍ଧନ ସଙ୍କଟ ଯୋଗୁଁ ଶ୍ରୀଲଙ୍କାର ଶିକ୍ଷା ମନ୍ତ୍ରାଳୟ ଜୁଲାଇ ୪ ତାରିଖରୁ ସମସ୍ତ ସରାକରୀ ଓ ସରକାରୀ ଅନୁମୋଦିତ ଘରୋଇ ସ୍କୁଲ୍ଗୁଡ଼ିକ ପାଇଁ ୧ ସପ୍ତାହ ଛୁଟି ଘୋଷଣା କରିଛି ବୋଲି ‘ଡେଲି ମିରର୍’ ରିପୋର୍ଟ କରିଛି।
ଛୁଟି ଯୋଗୁଁ ପଢ଼ା ହୋଇ ପାରୁ ନ ଥିବା ପାଠ୍ୟକ୍ରମ ଅନ୍ତର୍ଗତ ବିଷୟ ସବୁ ପରବର୍ତ୍ତୀ ‘ଭେକେସନ୍’ (ଦୀର୍ଘ ଛୁଟି) ସମୟରେ ସ୍କୁଲ୍ରେ ପଢ଼ାଯିବ ବୋଲି ଶ୍ରୀଲଙ୍କାର ଶିକ୍ଷାମନ୍ତ୍ରୀ କହିଛନ୍ତି।
‘ଡେଲି ମେଲ୍’ ରିପୋର୍ଟ ଅନୁସାରେ, ଦୀର୍ଘ ସମୟ ବିଜୁଳି କାଟ ଯୋଗୁଁ କଲମ୍ବୋ ନଗରୀ ଅନ୍ତର୍ଗତ ତଥା ଅନ୍ୟାନ୍ୟ ପ୍ରଦେଶରେ ଥିବା ମୁଖ୍ୟ ନଗରୀଗୁଡ଼ିକରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁମୋଦିତ ଘରୋଇ ସ୍କୁଲ୍ ସବୁ ଆଗାମୀ ସପ୍ତାହରେ ବନ୍ଦ ରହିବ।
Image Courtesy of Observerbdଅନ୍ଲାଇନ୍ କ୍ଲାସ୍ କରାଇବା ଲାଗି ଶ୍ରୀଲଙ୍କା ଶିକ୍ଷାମନ୍ତ୍ରାଳୟର ସଚିବ ନିହାଲ୍ ରଣସିଂଘେ ସ୍କୁଲ୍ମାନଙ୍କୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଛାତ୍ର, ଶିକ୍ଷକ ଏବଂ ଅଧ୍ୟକ୍ଷମାନଙ୍କୁ ଯାନବାହନରେ ଯାତାୟାତ କରିବାରେ ଅସୁବିଧା ହେଉ ନ ଥିବା ଡିଭିଜ୍ନାଲ୍ସ୍ତରୀୟ ଅଞ୍ଚଳରେ ସ୍ବଳ୍ପ ସଂଖ୍ୟକ ଶିକ୍ଷାର୍ଥୀଙ୍କୁ ନେଇ ସ୍କୁଲ୍ରେ କ୍ଲାସ୍ କରାଯାଇପାରିବ।
ସେ ପୁଣି ମଧ୍ୟ ଘୋଷଣା କରିଛନ୍ତି ଯେ, ସପ୍ତାହକଯାକ ଅନ୍ଲାଇନ୍ ଶିକ୍ଷାଦାନରେ ସୁବିଧା ହେବା ନିମନ୍ତେ ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବିଜୁଳି କାଟ ହେବନାହିଁ ବୋଲି ‘ପବ୍ଲିକ୍ ୟୁଟିଲିଟିଜ୍ କମିସନ୍ ଅଫ୍ ଶ୍ରୀଲଙ୍କା’ ରାଜି ହୋଇଛି।
ପୂର୍ବରୁ ଜୁନ୍ ୧୮ ତାରିଖରେ ମଧ୍ୟ ଶ୍ରୀଲଙ୍କା ସରକାର ଏକ ସପ୍ତାହ ନିମନ୍ତେ ସ୍କୁଲ୍ ବନ୍ଦ କରିବା ପାଇଁ ଘୋଷଣା କରିଥିଲେ।
Follow Us