କଲମ୍ବୋ: ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପରେ ପାକିସ୍ତାନର ଅଂଶଗ୍ରହଣକୁ ନେଇ ସଂଦେହ ଧୀରେ ଧୀରେ ଦୂର ହେଉଥିବାବେଳେ ଏବେ ସମସ୍ତଙ୍କ ଲକ୍ଷ୍ୟ ଭାରତ-ପାକିସ୍ତାନ ମ୍ୟାଚ ଉପରେ ରହିଛି। ପାକିସ୍ତାନ ଏହି ମ୍ୟାଚକୁ ବର୍ଜନ କରିବ ବୋଲି ଧମକ ଦେଉଥିବା ସତ୍ତ୍ବେ ଶ୍ରୀଲଙ୍କା ପକ୍ଷରୁ ଏହି ମ୍ୟାଚର ସୁଚାରୁ ଆୟୋଜନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଉଛି।
ଅଧିକପଢ଼ନ୍ତୁ:ଇରାନ ଅଭିମୁଖେ ବଡ଼ ଜାହାଜ ଯାଉଥିବା ଟ୍ରମ୍ପଙ୍କ ଧମକ, ଯୁଦ୍ଧ ଆଶଙ୍କା ତୀବ୍ର
ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର କମାଣ୍ଡୋ ବାହିନୀ ମୁତୟନ କରାଯିବ
ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ସୁନୀଲ କୁମାର ଗମାଗେ କହିଛନ୍ତି ଯେ ବିଶ୍ବକପର ସମସ୍ତ ମ୍ୟାଚର ସୁଚାରୁ ଆୟୋଜନ ଉପରେ ଗୁୁରୁତ୍ବ ରହିଛି। ବିଶେଷକରି ଭାରତ-ପାକିସ୍ତାନ ମଧ୍ୟ ଉପରେ ସର୍ବାଧିକ ଗୁରୁତ୍ବ ରହିଛି। ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର କମାଣ୍ଡୋ ବାହିନୀ ମୁତୟନ କରାଯିବ। ସାଧାରଣତଃ କୌଣସି ରାଷ୍ଟ୍ରମୁଖ୍ୟ ଶ୍ରୀଲଙ୍କା ଆସିଲେ ଯେପରି ସୁରକ୍ଷା ଦିଆଯାଏ ସେହିପରି ସୁରକ୍ଷା ଭାରତ ଓ ପାକିସ୍ତାନ ଖେଳାଳିମାନଙ୍କୁ ଦିଆଯିବ। ଖେଳାଳିମାନେ ଏୟାରପୋର୍ଟରୁ ଓହ୍ଲାଇବା ପରେ ମ୍ୟାଚ୍ ଖେଳି ପୁଣି ବିମାନରେ ଚଢିବା ପର୍ଯ୍ୟନ୍ତ ଏହି ସୁରକ୍ଷା ଦିଆଯିବ।
ଆଗାମୀ ବିଶ୍ବକପକୁ ଭାରତ ଓ ଶ୍ରୀଲଙ୍କା ମିଳିତଭାବେ ଆୟୋଜନ କରୁଥିବାବେଳେ ମୋଟ ୫୫ଟି ମ୍ୟାଚରୁ ୨୦ଟି ଶ୍ରୀଲଙ୍କାରେ ଖେଳାଯିବ। ଏହା ମଧ୍ୟରୁ ୬ଟି ସୁପର-୮ ମ୍ୟାଚ୍ ଅନ୍ତର୍ଭୁକ୍ତ। ପାକିସ୍ତାନ ନିଜର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିବ। ପାକିସ୍ତାନ ଯଦି ଫାଇନାଲକୁ ଯାଏ ତେବେ ଫାଇନାଲ ସେଠାରେ ଅନୁଷ୍ଠିତ ହେବ। ତେବେ ବିଶ୍ବକପର ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମ୍ୟାଚ୍ ଫେବ୍ରୁଆରି ୧୫ରେ କଲମ୍ବୋର ଆର୍.ପ୍ରେମଦାସା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। କିନ୍ତୁ ବାଂଲାଦେଶକୁ ସମର୍ଥନ ଜଣାଇବାକୁ ଯାଇ ଏହି ମ୍ୟାଚକୁ ବର୍ଜନ କରିବାକୁ ପାକିସ୍ତାନ ବାରମ୍ବାର ଧମକ ଦେଇଚାଲିଛି।
ଅଧିକପଢ଼ନ୍ତୁ:‘ତୋ ଭଉଣୀକୁ ମୁଁ ହତ୍ୟା କରୁଛି’, ଭାଇକୁ ଫୋନ୍ ଲାଇନରେ ରଖି ଭଉଣୀକୁ ହତ୍ୟା କରିଥିଲା ଅଭିଯୁକ୍ତ
Follow Us