ଟସ୍ ଜିତିଲା ଶ୍ରୀଲଙ୍କା, ପ୍ରଥମେ ବୋଲିଂ ନିଷ୍ପତ୍ତି

ଟସ୍ ଜିତିଲା ଶ୍ରୀଲଙ୍କା, ପ୍ରଥମେ ବୋଲିଂ ନିଷ୍ପତ୍ତି

କଲମ୍ବୋ: ଶ୍ରୀଲଙ୍କା ଏବଂ ଟିମ୍ ଇଣ୍ଡିଆ ତୃତୀୟ ଟି-୨୦ରେ ମୁହାଁମୁହିଁ ହୋଇଛନ୍ତି। ପାଲ୍ଲେକେଲେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ଦଳର ଅଧିନାୟକ ଚାରିଥ୍ ଆଶାଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।

ଟିମ୍ ଇଣ୍ଡିଆ ସ୍କ୍ବାଡ୍‌ରେ ଯଶସ୍ୱୀ ଜୟସ୍ବାଲ, ଶୁଭମାନ ଗିଲ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ (ୱିକେଟ୍ କିପର), ଶିବମ ଦୁବେ, ରିଆନ ପାରାଗ, ରିଙ୍କୁ ସିଂ, ୱାଶିଂଟନ୍ ସୁନ୍ଦର, ରବି ବିଶ୍ନୋଇ, ମହମ୍ମଦ ସିରାଜ, ଖଲିଲ ଅହମ୍ମଦ ପ୍ରମୁଖ ରହିଛନ୍ତି।

ସେହିପରି ଶ୍ରୀଲଙ୍କା ସ୍କ୍ବାଡ୍‌ରେ ପୃଥମ୍ ନିସଙ୍କା, କୁସାଲ ମେଣ୍ଡିସ୍ (ୱିକେଟକିପର), କୁସାଲ ପେରେରା, କାମିଣ୍ଡୁ ମେଣ୍ଡିସ୍, ଚାରିଥ ଆସାଲଙ୍କା (ଅଧିନାୟକ), ଚାମିଣ୍ଡୁ ୱିକ୍ରେମାସିଂହେ, ୱାନିଣ୍ଡୁ ହାସରାଙ୍ଗା, ରମେଶ ମେଣ୍ଡିସ୍, ମହିଷ ତେକ୍ସାନା, ମାଥିଶା ପାଥିରାନା, ଅସିତା ଫର୍ନାଣ୍ଡୋ ପ୍ରମୁଖ ଅଛନ୍ତି।

ଇତିମଧ୍ୟରେ ଟିମ୍ ଇଣ୍ଡିଆ ୨ଟି ଟି-୨୦ ଜିତି ଟି-୨୦ ସିରିଜ୍ ବିଜୟୀ ହୋଇ ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe