ଶ୍ରୀଲଙ୍କା କ୍ୟାବିନେଟ୍‌ରେ ରାଜପକ୍ଷ ପରିବାରରୁ ୭ ସଦସ୍ୟ

ଶ୍ରୀଲଙ୍କା କ୍ୟାବିନେଟ୍‌ରେ ରାଜପକ୍ଷ ପରିବାରରୁ ୭ ସଦସ୍ୟ

ନୂଆଦିଲ୍ଲୀ : ଶ୍ରୀଲଙ୍କା କ୍ୟାବିନେଟ୍‌ରେ ରାଜପ‌କ୍ଷ ପରିବାରର ଆଧିପତ୍ୟ ଦେଖିବାକୁ ମିଳିଛି। ରାଜପକ୍ଷ ପରିବାରର ୪ ଭାଇଙ୍କ ମଧ୍ୟରୁ ସବୁଠୁ ସାନ ବସିଲ୍‌ ରାଜପ‌କ୍ଷ ଗତକାଲି ଶ୍ରୀଲଙ୍କାର ଅର୍ଥମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ରା‌ଷ୍ଟ୍ରପତି ଗୋଟାବାୟା ରାଜପ‌କ୍ଷ (୭୨), ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପ‌କ୍ଷ (୭୫), କୃଷି ରାଷ୍ଟ୍ରମନ୍ତ୍ରୀ ଚମଲ ରାଜପ‌କ୍ଷ(୭୮)ଙ୍କ ପରେ ବସିଲ୍‌ ରାଜପ‌କ୍ଷ ଅର୍ଥମନ୍ତ୍ରୀ ଭାବେ କ୍ୟାବିନେଟ୍‌ରେ ପ୍ରବେଶ କରିଛନ୍ତି। ବସିଲ୍‌ କ୍ୟାବିନେଟ୍‌ରେ ସ୍ଥାନ ପାଇବା ସହ ପରିବାରର ମୋଟ୍‌ ୭ ଜଣ ସଦସ୍ୟ ସରକାରର ଉଚ୍ଚ ପଦବିରେ ରହିଛନ୍ତି। ମହିନ୍ଦାଙ୍କ ବଡ଼ ପୁଅ ନମଲ୍‌ କ୍ରୀଡ଼ା କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ଚମଲ୍‌ଙ୍କ ପୁଅ ସଶୀନ୍ଦ୍ର ଜଣେ ରାଷ୍ଟ୍ରମନ୍ତ୍ରୀ। ଦେଶ ଏବେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ କ୍ୟାବିନେଟ୍‌କୁ ରାଜପକ୍ଷ ପରିବାର ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିବା ନେଇ ବିଭିନ୍ନ ମହଲ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe