ଅନେକ ଦେଶକୁ ସାହାଯ୍ୟ ମାଗିଥିଲୁ, କେବଳ ଭାରତ ହିଁ ସଙ୍କଟ ସମୟରେ ସାହାଯ୍ୟ କଲା: ଶ୍ରୀଲଙ୍କା

Advertisment
ଅନେକ ଦେଶକୁ ସାହାଯ୍ୟ ମାଗିଥିଲୁ, କେବଳ ଭାରତ ହିଁ ସଙ୍କଟ ସମୟରେ ସାହାଯ୍ୟ କଲା: ଶ୍ରୀଲଙ୍କା

ନୂଆଦିଲ୍ଲୀ: ପଡୋଶୀ ଦେଶ ଶ୍ରୀଲଙ୍କା ସ୍ୱାଧୀନତା ପରଠାରୁ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସରକାରୀ ଟ୍ରେଜେରୀ ସଂପୂର୍ଣ୍ଣ ଖାଲି ହୋଇଯାଇଥିବା ସହ ତେଲ ଏବଂ ଔଷଧ ଭଳି ଜରୁରୀ ଜିନିଷ କିଣିବା ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ। ଦେଶରେ ଖାଦ୍ୟ ସାମଗ୍ରୀ, ଇନ୍ଧନ, ଏଲପିଜିର ଅଭାବ ଦେଖାଦେଇଛି। ପ୍ରାୟ ସମସ୍ତ ସହରରେ ଇନ୍ଧନ ପାଇବା ପାଇଁ ହଜାର ହଜାର ଲୋକଙ୍କ ଷ୍ଟେସନରେ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଏଭଳି ସଙ୍କଟ ସମୟରେ ଭାରତକୁ ପ୍ରଶଂସା କରିଛନ୍ତି ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀ କଞ୍ଚନା ବିଜେସେକେରା।

ଶକ୍ତି ମନ୍ତ୍ରୀ କହିଛନ୍ତି ଯେ ଏହି ଆର୍ଥିକ ସଙ୍କଟ ସମୟରେ ଆମେ ସାହାଯ୍ୟ ପାଇଁ ଅନେକ ଦେଶ ସହ କଥା ହୋଇଥିଲୁ। ବିଭିନ୍ନ ଦେଶରୁ ଇନ୍ଧନ ପାଇଁ ଅନୁରୋଧ କରାଯାଇଛି। କିନ୍ତୁ ଏହି ସଙ୍କଟ ସମୟରେ ଏପର୍ଯ୍ୟନ୍ତ ଭାରତ ହିଁ ଆମକୁ ସାହାଯ୍ୟ କରିଛି। ଏଏନଆଇର ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ଶକ୍ତି ମନ୍ତ୍ରୀ କଞ୍ଚନା ବିଜେସେକେରା ଇନ୍ଧନ କିଣିବା ପାଇଁ କ୍ରେଡିଟ୍ ଲାଇନ୍ ଦେଇଥିବାରୁ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଆମେ ସାହାଯ୍ୟ ପାଇଁ ଋଷ ସରକାରଙ୍କ ସହ ମଧ୍ୟ କଥାବାର୍ତ୍ତା କରୁଛୁ ଏବଂ ଆମେ ସେମାନଙ୍କୁ ଆମର ଆବଶ୍ୟକତା କହିଛୁ।

ଅନ୍ୟପକ୍ଷରେ ଗୋଟାବାୟା ରାଜପକ୍ଷ ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇମେଲ୍‌ରେ ଇସ୍ତଫା ଦେବାପରେ ବାଚସ୍ପତି ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଆଜି କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଆସନ୍ତାକାଲିଠାରୁ ସଂସଦ ଆରମ୍ଭ ହେବ ଏବଂ ୭ ଦିନ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ହେବ ବୋଲି ବାଚସ୍ପତି ମହିନ୍ଦା ୟାପା ଆବେୱାର୍ଦେନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe