Image Source: India Today
କଲମ୍ବୋ: ଏପ୍ରିଲ୍ ମାସ ଇଷ୍ଟର୍ ରବିବାର ଦିନ ବୋମା ବିସ୍ଫୋରଣ ଘଟି ୨୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ନିହତ ହେବା ଘଟଣା ପାଇଁ ଶ୍ରୀଲଙ୍କାର ଜାତୀୟ ଗୁଇନ୍ଦା ମୁଖ୍ୟ ଶିଶିର ମେଣ୍ଡିସ୍ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।
ଗତ ସପ୍ତାହରେ ପାର୍ଲାମେଣ୍ଟ୍ ସିଲେକ୍ଟ୍ କମିଟିରେ ହାଜର ହୋଇ ମେଣ୍ଡିସ୍ ଅଭିଯୋଗ କରିଥିଲେ ଯେ ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନା ନିୟମିତ ସମୀକ୍ଷା ବୈଠକ ଡକାଇବାରେ ବିଫଳ ହୋଇଛନ୍ତି।
ଶୁକ୍ରବାର ଦିନ ଶିରିସେନା ଜରୁରୀକାଳୀନ କ୍ୟାବିନେଟ୍ ବୈଠକ ଡକାଇ କହିଲେ କି, ପୁଲିସ, ସେନା, ଗୁଇନ୍ଦା କର୍ମଚାରୀ ଏବଂ ମନ୍ତ୍ରୀମାନେ ପିଏସ୍ସି ନିକଟରେ ପ୍ରମାଣ ଦେବେ ନାହିଁ। ଗଣମାଧ୍ୟମ ଉପସ୍ଥିତିରେ କମିଟି ମେଣ୍ଡିସ୍ଙ୍କୁ ପଚରା ଉଚୁରା କରିଥିବା ଘଟଣା ଯୋଗୁଁ ଶ୍ରୀଲଙ୍କୀୟ ରାଷ୍ଟ୍ରପତି ଅସନ୍ତୋଷ ବ୍ୟକ୍ତି କରିଥିବା ଜଣାପଡ଼ିଛି।
ପୂର୍ବରୁ ଖବର ମିଳିଥିଲା କି, କମିଟିରେ ସେ ଦେଇଥିବା ମନ୍ତବ୍ୟ ନିମନ୍ତେ ଶିରିସେନା ତାଙ୍କୁ ବରଖାସ୍ତ କରିଛନ୍ତି। କିନ୍ତୁ, ମେଣ୍ଡିସ୍ ଇସ୍ତଫା ଦେଇଥିବା କଥା ଡିଫେନ୍ସ୍ ଜେନେରାଲ୍ର ସେକ୍ରେଟାରି ଶାନ୍ତା କେଟ୍ଟେଗୋଡ଼ା ସ୍ପଷ୍ଟ କରିଛନ୍ତି।
Follow Us