ଚଳିତ ସପ୍ତାହରେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବି: ଶ୍ରୀଲଙ୍କା ରାଷ୍ଟ୍ରପତି

Advertisment
ଚଳିତ ସପ୍ତାହରେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବି: ଶ୍ରୀଲଙ୍କା ରାଷ୍ଟ୍ରପତି

Image Courtesy of India Today

କଲମ୍ବୋ: ଚଳିତ ସପ୍ତାହରେ ଜଣେ ନୂତନ ପ୍ରଧାନମନ୍ତ୍ରୀ ଓ ସାମ୍ବିଧାନିକ ସଂସ୍କାର ନିମନ୍ତେ ନୂଆ କ୍ୟାବିନେଟ୍‌କୁ ନିଯୁକ୍ତି ଦେବେ ବୋଲି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ଗତରାତିରେ କହିଛନ୍ତି।

ବୁଧବାର ବିଳମ୍ବିତ ରାତ୍ରରେ ଟେଲିଭିଜନ୍‌ରେ ପ୍ରସାରିତ ଅଭିଭାଷଣରେ ରାଷ୍ଟ୍ରପତି ‌ଗୋତବୟା କହିଛନ୍ତି ଯେ, ଜଣେ ନୂଆ ପ୍ରଧାମନ୍ତ୍ରୀ ଏବଂ କ୍ୟାବିନେଟ୍‌ ନିଯୁକ୍ତି କରିବା ପରେ ୧୯ଶ ସମ୍ବିଧାନ ସଂସ୍କାରରେ ଥିବା ବ୍ୟବସ୍ଥା ପ୍ରଚଳନ ନିମନ୍ତେ ସରକାର ପ୍ରସ୍ତାବ ଆଗତ କରିବେ। ଏହି ନୂଆ ସାମ୍ବିଧାନିକ ବ୍ୟବସ୍ଥାଦ୍ବାରା ସଂସଦ ଅଧିକ କ୍ଷମତାଶାଳୀ ହେବ।

publive-image Image Courtesy of Al Jazeera

ଅରାଜକତା ଆଡ଼କୁ ଗତିକରୁଥିବା ଦେଶକୁ ଅଟକାଇବା ଲାଗି ରାଜନୈତିକ ଦଳଗୁଡ଼ିକ ସହ ଆଲୋଚନା କରିବା ବେଳେ ଗୋତବୟା କହିଲେ, କୌଣସି ରାଜପକ୍ଷେ ନ ଥିବା ନୂଆ କ୍ୟାବିନେଟ୍‌ ନିଯୁକ୍ତ କରିବି।

ଉଲ୍ଲେଖଯୋଗ୍ୟ, ଉଦ୍‌ବୋଧନ ଦେବାର କିଛି କ୍ଷଣ ପୂର୍ବରୁ ଗୋତବୟା ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂଘେଙ୍କ ସହିତ ଆଲୋଚନା କରିଥିଲେ।

ଉଦ୍‌ବୋଧନରେ ଗୋତବାୟ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆ ଯୋଜନା କରି ଏ ଦେଶକୁ ଆଗେଇ ନେବା ଲାଗି ନୂଆ ସରକାରର ପ୍ରଧାନମନ୍ତ୍ରୀଙ୍କୁ ସୁଯୋଗ ଦିଆଯିବ।

ଗତ ଦୁଇ ଦିନ ହେବ ଶ୍ରୀଲଙ୍କାରେ କୌଣସି ସରକାର ନାହିଁ। ହିଂସାକାଣ୍ଡ ପରେ ସୋମବାର ଦିନ ଗୋତବୟାଙ୍କ ବଡ଼ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଇସ୍ତଫା ଦେଇଛନ୍ତି। ହିଂସାକାଣ୍ଡ ପ୍ରସଙ୍ଗ ଉଲ୍ଲେଖ କରି ରାଷ୍ଟ୍ରପତି ଗୋତବୟା କହିଛନ୍ତି ଯେ, ସୋମବାର ଦିନ ଯାହା ଘଟିଲା, ତାହା ଅତ୍ୟନ୍ତ ଦୁଃଖଦାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe