ଜାମିନ ପାଇଁ ଭିଡିଓ ଲିଙ୍କ୍‌ରେ ସିଡ୍‌ନି ଅଦାଲତରେ ହାଜର ହେଲେ ଦୁଷ୍କର୍ମ ଅଭିଯୁକ୍ତ ଶ୍ରୀଲଙ୍କା କ୍ରିକେଟର୍‌

ଜାମିନ ପାଇଁ ଭିଡିଓ ଲିଙ୍କ୍‌ରେ ସିଡ୍‌ନି ଅଦାଲତରେ ହାଜର ହେଲେ ଦୁଷ୍କର୍ମ ଅଭିଯୁକ୍ତ ଶ୍ରୀଲଙ୍କା କ୍ରିକେଟର୍‌

Image Courtesy of Daily Telegraph

ସିଡ୍‌ନି: ଦୁଷ୍କର୍ମ ଘଟଣାରେ ୪ଟି ମାମଲା ରୁଜୁ ହେବା ପରେ ଶ୍ରୀଲଙ୍କାର କ୍ରିକେଟ୍‌ ଖେଳାଳି ଧନୁଷ୍କ ଗୁଣତିଳକେ ଆଜି ହାତକଡ଼ି ପଡ଼ିଥିବା ଅବସ୍ଥାରେ ଭିଡିଓ ଲିଙ୍କ୍‌ଦ୍ବାରା ଜାମିନ ଆବେଦନ ନିମନ୍ତେ ହାଜର ହୋଇଛନ୍ତି।

କେବଳ ନିଜର ପରିଚୟ ସୁନିଶ୍ଚିତ କରି କହିବା ନିମନ୍ତେ ଗୁଣତିଳକେ ‘ଡାଉନିଙ୍ଗ୍‌ ସେଣ୍ଟର୍‌ ଲୋକାଲ୍‌ କୋର୍ଟ’ର ସ୍କ୍ରିନ୍‌ରେ ଦେଖା ଦେଇଥିଲେ। ସିଡ୍‌ନି ଡିଟେନ୍‌ସନ୍‌ ସେଣ୍ଟର୍‌ରେ ଧୂସର ରଙ୍ଗର ଟି-ସାର୍ଟ ପିନ୍ଧି ବସିଥିବା ଗୁଣତିଳକେ ସେତେବେଳେ ଖୁବ୍‌ ଶାନ୍ତ ଦିଶୁଥିଲେ।

୩୧ ବର୍ଷିୟ ଗୁଣତିଳକେଙ୍କ ନିମନ୍ତେ ଜାମିନ ଆବେଦନ କରିବେ ବୋଲି ତାଙ୍କ ଓକିଲ ଆନନ୍ଦ ଅମରନାଥ କହିଛନ୍ତି।

publive-image Image Courtesy of Colombo Gazette

କିନ୍ତୁ, ଜାମିନ ଆବେଦନ ଶୁଣାଣି ପୂର୍ବରୁ ମାଜିଷ୍ଟ୍ରେଟ୍‌ ରବର୍ଟ ୱିଲିୟମ୍‌ସ୍‌ ସ୍ବଳ୍ପ ସମୟ ନିମନ୍ତେ ମାମଲାକୁ ମୁଲତବୀ ରଖିଥିଲେ। ପୀଡ଼ିତାଙ୍କୁ ଚିହ୍ନଟ କରିବାର ସମ୍ଭାବନା ଥିବା କେତେକ ତଥ୍ୟ ପ୍ରକାଶନ ବନ୍ଦ ରଖାଯିବ ବୋଲି ଅଦାଲତ କହିଛନ୍ତି।

ବିନା ସମ୍ମତିରେ ଜଣେ ୨୯ ବର୍ଷିୟ ମହିଳାଙ୍କ ସହିତ ଦୈହିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ପୁଲିସ ତାଙ୍କୁ ଶନିବାର ରାତି ପ୍ରାୟ ୧ଟା ବେଳେ ଗୋଟାଏ ହୋଟେଲ୍‌ରୁ ଗିରଫ କରିଥିଲା। କିନ୍ତୁ, ଗୋଟାଏ ଡେଟିଙ୍ଗ୍‌ ଆପ୍‌ରେ ଦୁହେଁ କେତେ ଦିନ ଧରି ଭାବବିନିମୟ କରିବା ପରେ ଭେଟାଭେଟି ହୋଇଥିଲେ ବୋଲି ପୁଲିସ କହିଛି।

ନିଉ ସାଉଥ୍‌ ୱେଲ୍‌ଜ୍‌ ଷ୍ଟେଟ୍‌ ସେକ୍ସ୍‌ କ୍ରାଇମ୍‌ ସ୍କ୍ବାଡ୍‌ର କମାଣ୍ଡର ତଥା ଡିଟେକ୍‌ଟିଭ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଜେନ୍‌ ଡୋହର୍ଟି କହିଛନ୍ତି, ଭାବବିନିମୟ ପରେ ଦୁହେଁ ପରସ୍ପରକୁ ଭେଟିବା ପାଇଁ ଯୋଜନା କରିଥିଲେ। ଉକ୍ତ ଯୁବତୀଙ୍କ ଘରକୁ ଯିବା ପୂର୍ବରୁ ଦୁହେଁ ମଦ୍ୟପାନ କରିବା ସହ କିଛି ଭୋଜନ କରିବା ଲାଗି ଯାଇଥିଲେ।

‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ କ୍ରିକେଟ୍‌ କାଉନ୍‌ସିଲ୍‌’ଠାରୁ ଘଟଣା ସଂକ୍ରାନ୍ତରେ ସୂଚନା ପାଇବା ପରେ ମାମଲା ବିଷୟରେ ବୁଝାବୁଝି କରୁଛି ବୋଲି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe