ଶ୍ରୀଲଙ୍କାର ପ୍ରାଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଭାରତକୁ ଧନ୍ୟବାଦ ଜଣାଇଲେ ବିକ୍ରମସିଂଘେ

ଶ୍ରୀଲଙ୍କାର ପ୍ରାଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଭାରତକୁ ଧନ୍ୟବାଦ ଜଣାଇଲେ ବିକ୍ରମସିଂଘେ

Image Courtesy of NDTV

କଲମ୍ବୋ: ଶ୍ରୀଲଙ୍କର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ରାନିଲ୍‌ ବିକ୍ରମସିଂଘେ କହିଛନ୍ତି ଯେ, ତାଙ୍କ ଶାସନକାଳରେ ସେ ଭାରତ ସହିତ ନିବିଡ଼ ସମ୍ପର୍କ ସ୍ଥାପନ କରିବାକୁ ଚାହାଁନ୍ତି। ଉତ୍କଟ ଆର୍ଥିକ ସଙ୍କଟ‌ ପଡ଼ିଥିବା ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ମଧ୍ୟ ସେ ଭାରତକୁ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ଶ୍ରୀଲଙ୍କାର ୨୬ତମ ପ୍ରଧାନମନ୍ତ୍ରୀ ଭାବେ ୭୩ ବର୍ଷିୟ ରାନିଲ୍‌ ବିକ୍ରମସିଂଘେ ଶପଥ ଗ୍ରହଣ କରିଛନ୍ତି। ଋଣଗ୍ରସ୍ତ ଅର୍ଥନୀତି ଓ ରାଜନୈତିକ ଅସ୍ଥିରତାର ଅବସାନ ଘଟାଇବା ପାଇଁ ସେ ଉଦ୍ୟମ କରିବେ।

publive-image Image Courtesy of NDTV

ଶ୍ରୀଲଙ୍କାକୁ ଭାରତର ଆର୍ଥିକ ସହାୟତାକୁ ଉଦ୍ଦେଶ୍ୟ କରି ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ କହିଛନ୍ତି, ମୁଁ ନିବିଡ଼ ସମ୍ପର୍କ ଚାହୁଁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବି ଧନ୍ୟବାଦ ଅର୍ପଣ କରିବାକୁ ଚାହୁଁଛି। ଶପଥ ଗ୍ରହଣ କରିସାରିବା ପରେ ଆୟୋଜନ କରାଯାଇଥିବା ଧାର୍ମିକ ଅନୁଷ୍ଠାନରେ ବିକ୍ରମସିଂଘେ ଏଭଳି ମନ୍ତବ୍ୟ ଦେଇଛନ୍ତି।

ସମଗ୍ର ଶ୍ରୀଲଙ୍କାରେ ଚାଲିଥିବା ପ୍ରତିବାଦ ସମ୍ପର୍କରେ ବିକ୍ରମସିଂଘେ କହିଛନ୍ତି, ରାଷ୍ଟ୍ରପତି ଗୋତବୟା ରାଜପକ୍ଷେଙ୍କ ସଚିବାଳୟ ନିକଟରେ ମାସେରୁ ଅଧିକ ହେବ ଚାଲିଥିବା ମୁଖ୍ୟ ପ୍ରତିବାଦ ଚଳାଇ ଦିଆଯିବ ନାହିଁ। ଯଦି ପ୍ରତିବାଦକାରୀମାନେ ଚାହିଁବେ, ମୁଁ ସେମାନଙ୍କ ସହ ଆଲୋଚନା କରିବି।

ତାଙ୍କୁ ଇସ୍ତଫା ଦିଆଯିବାକୁ ଦାବି କରାଯାଇ ପାରେ ବୋଲି ଆଶଙ୍କା ହେଉଛି ବୋଲି ପଚାରିବାରୁ ସେ କହିଲେ, ଅର୍ଥନୈତିକ ସଙ୍କଟ ସମ୍ଭାଳିବା ପାଇଁ ଯେତେବେଳେ ଦାୟିତ୍ବ ନେଇ ପାରୁଛି, ଇସ୍ତଫା ପ୍ରସଙ୍ଗକୁ ମଧ୍ୟ ମୁକାବିଲା କରିପାରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe