୧୦୦ଟି ଦେଶରେ ପ୍ରସାରିତ ହେଲା ଜେଏନ୍‌ୟୁରେ ଶ୍ରୀ ଶ୍ରୀ ରବିଶଙ୍କର ଦେଇଥିବା ଭାଷଣ

Advertisment
୧୦୦ଟି ଦେଶରେ ପ୍ରସାରିତ ହେଲା ଜେଏନ୍‌ୟୁରେ ଶ୍ରୀ ଶ୍ରୀ ରବିଶଙ୍କର ଦେଇଥିବା ଭାଷଣ

ନୂଆଦିଲ୍ଳୀ: ଦିଲ୍ଳୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ) ପକ୍ଷରୁ ଆୟୋଜିତ ୧୩ ତମ ନେହେରୁ ମେମୋରିଆଲ୍‌ ଲେକ୍‌ଚରରେ ଅଂଶ ଗ୍ରହଣ କରି ଚଳିତବର୍ଷ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ନିଜର ବକ୍ତବ୍ୟ ଉପସ୍ଥାପନ କରିଛନ୍ତି। ଆର୍ଟ ଅଫ୍‌ ଲିଭିଂ ଫାଉଣ୍ଡେସନ୍‌ର ସଂସ୍ଥାପକ ରବିଶଙ୍କର ଦେଇଥିବା ଭାଷଣ ଏକା ଥରକେ ୧୦୦ଟି ଦେଶରେ ପ୍ରସାରିତ ହୋଇଛି। ରବିଶଙ୍କର ‘ଆନ୍ତରିକ ଶାନ୍ତି, ବାହାର ଗତିଶୀଳତା’ ବିଷୟବସ୍ତୁ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଆଯୋଧ୍ୟାର ରାମ ମନ୍ଦିର ବିବାଦ ସଂପର୍କରେ ସେ ମୁହଁ ଖୋଲି କହିଛନ୍ତି ଯେ ବାର୍ତ୍ତା ସବୁ ବିବାଦର ସମାଧାନ କରିପାରେ। ଏହା ସହିତ ସେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ସଂପର୍କରେ ମଧ୍ୟ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି। ଧର୍ମଗୁରୁ ରବିଶଙ୍କର ନଭେମ୍ବର ୧୬ ତାରିଖରେ ଅଯୋଧ୍ୟା ଯାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବେ ବୋଲି ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବ ବର୍ଷମାନଙ୍କରେ ଜେଏନ୍‌ୟୁର ଏହି ମେମୋରିଆଲ୍‌ ଲେକ୍‌ଚରରେ ନେପାଳ ପ୍ରଧାନମନ୍ତ୍ରୀ ସେର୍‌ ବାହାଦୁର୍‌ ଦେଉବାଙ୍କଠାରୁ ଆରମ୍ଭ କରି ଧର୍ମଗୁରୁ ଦଲାଇ ଲାମା, ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ଏପିଜେ ଅବ୍‌ଦୁଲ କାଲାମ ଜେଏନ୍‌ୟୁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ବହୁ ମୂଲ୍ୟ ଅଭିଭାଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe