ଶ୍ରୀଲଙ୍କା ଆତ୍ମଘାତୀ କଶ୍ମୀରରେ ପ୍ରଶିକ୍ଷଣ ନେଇଥିଲେ

Advertisment
ଶ୍ରୀଲଙ୍କା ଆତ୍ମଘାତୀ କଶ୍ମୀରରେ ପ୍ରଶିକ୍ଷଣ ନେଇଥିଲେ

କଲମ୍ବୋ : ଇଷ୍ଟର ଦିନ ଶ୍ରୀଲଙ୍କାରେ ଘଟିଥିବା ସିରିଜ୍‌ ବିସ୍ଫୋରଣରେ ସମ୍ପୃକ୍ତ ଆତ୍ମଘାତୀ ଆତଙ୍କବାଦୀମାନେ କଶ୍ମୀର ଏବଂ କେରଳରେ ପ୍ରଶିକ୍ଷଣ ନେଇଥିଲେ। ଆତ୍ମଘାତୀମା‌େନ ପ୍ରଶିକ୍ଷଣ ସହ ବିଦେଶୀ ଆତଙ୍କବାଦୀ ସଂଗଠନମାନଙ୍କ ସହ ସମ୍ପର୍କ ରଖିବା ପାଇଁ ଭାରତର ଏହି ଦୁଇ ରାଜ୍ୟରେ କିଛି ଦିନ କଟାଇଥିବା ଶ୍ରୀଲଙ୍କା ସେନା ମୁଖ୍ୟ ସୂଚନା ଦେଇଛନ୍ତି।

ଆତ୍ମଘାତୀ ଆତଙ୍କବଦୀମାନେ ଭାରତରେ ପ୍ରଶିକ୍ଷଣ ନେଇଥିବା ପ୍ରଥମ ଥର ପାଇଁ ଶ୍ରୀଲଙ୍କା ନିରାପତ୍ତା ବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭାରତର ଗୁଇନ୍ଦା ସଂସ୍ଥା ଆତ୍ମଘାତୀମାନଙ୍କ ଗତିବିଧି ଅନୁଧ୍ୟାନ କରି ଶ୍ରୀଲଙ୍କାରେ ସମ୍ଭାବ୍ୟ ଆକ୍ରମଣ ବିଷୟରେ ନିର୍ଦିଷ୍ଟ ଭାବେ ସୂଚନା ଦେଇଥିଲେ ବୋଲି ଶ୍ରୀଲଙ୍କା ତରଫରୁ ସ୍ୱୀକାର କରାଯାଇଛି। ଶ୍ରୀଲଙ୍କା ସେନା ମୁଖ୍ୟ ଲେଫ୍‌ଟନାଣ୍ଟ ଜେନେରାଲ ମହେଶ ସେନାନାୟକେ ଏହାକୁ ସ୍ୱୀକାର କରି କହିଛନ୍ତି, ଆତ୍ମଘାତୀମାନେ କଶ୍ମୀର, ବାଙ୍ଗାଲୁରୁ ଏବଂ କେରଳ ଯାଇଥିବା ସୂଚନା ରହିଛି। ତେବେ ନିର୍ଦିଷ୍ଟ ଭାବେ ସେମାନେ କେଉଁଠି କିଭଳି ପ୍ରଶିକ୍ଷଣ ନେଇଥିଲେ ତାହା ସେ ସ୍ପଷ୍ଟ କରିନାହାନ୍ତି। କିନ୍ତୁ ଯେଉଁସବୁ ସ୍ଥାନକୁ ଆତ୍ମଘାତୀମାନେ ଯାଇଛନ୍ତି ସେଥିରୁ ଜଣାପଡୁଛି ଆତଙ୍କବାଦୀମାନେ ବିଦେଶୀ ସହାୟତା ନେଇଥିବା ଜଣାପଡୁଛି।

ଆତ୍ମଘାତୀ ଆକ୍ରମଣ ବିଷୟରେ ପୂର୍ବରୁ ଗୁଇନ୍ଦା ସୂଚନା ଥିଲେ ମଧ୍ୟ କାହିଁକି ଏହାକୁ ରୋକିବାକୁ ପଦକ୍ଷେପ ନିଆଗଲା ନାହିଁ ସେ ବିଷୟରେ ସେନାନାୟକେ କହିଛନ୍ତି ଯେ ଏଥି ପାଇଁ ରାଜନେତାଙ୍କ ସମେତ ଗୁଇନ୍ଦା ସୂଚନା ସଂଗ୍ରହକାରୀ ସଂସ୍ଥା ଏବଂ ଦେଶର ସୁରକ୍ଷାରେ ନିୟୋଜିତ ସମସ୍ତ ସଂସ୍ଥା ଦାୟୀ। ଶ୍ରୀଲଙ୍କାରେ ଗୃହ ଯୁଦ୍ଧର ଅବସାନ ପରେ ମାତ୍ରାଧିକ ସ୍ୱାଧୀନତା ଦିଆଯାଇଥିଲା ଏବଂ ଧାର୍ମିକ ସ୍ଥଳଗୁଡ଼ିକର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇ ନଥିଲା। ଏହାର ସୁଯୋଗ ନେଇ ଆତଙ୍କବାଦୀମାନେ ଏଭଳି ନରସଂହାର ଘଟାଇବାରେ ସକ୍ଷମ ହେଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe