ଦକ୍ଷିଣ ଭାରତ ଉପରେ ଆଖି ପକାଇଛି ଶ୍ରୀଲଙ୍କା ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ

Advertisment
ଦକ୍ଷିଣ ଭାରତ ଉପରେ ଆଖି ପକାଇଛି ଶ୍ରୀଲଙ୍କା ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ

Image Source: India Today

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ବଢିଚାଲିଥିବା ଇସ୍ଲାମିକ ମୌଳବାଦ ଓ ମୁସଲମାନ ବିରୋଧୀ ହିଂସାକୁ ନେଇ ଭାରତ ସରକାର ସତର୍କ ହୋଇଯାଇଛନ୍ତି । ଶ୍ରୀଲଙ୍କାରେ ମୁସଲିମ ବିରୋଧୀ ହିଂସା ବଢିଲେ ଏହି ସଂଖ୍ୟାଲଘୁ ସଂପ୍ରଦାୟରେ ଆଇଏସ ଚିନ୍ତାଧାରାର ଅଧିକ ଦ୍ରୁତ ଗତିରେ ପ୍ରସାର ହେବ । ଏପରି ହେଲେ ତାହା କେବଳ ଶ୍ରୀଲଙ୍କା ନୁହେଁ, ସମଗ୍ର ଦକ୍ଷିଣ-ଭାରତ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ସତର୍କ କରାଇଦେଇଛନ୍ତି ।

ଅନ୍ୟପକ୍ଷରେ ଶ୍ରୀଲଙ୍କାର ଗତ ଏପ୍ରିଲ ମାସରେ ହୋଇଥିବା ଇଷ୍ଟର ବୋମାବିସ୍ଫୋରର ମୁଖ୍ୟ ମାଷ୍ଟରମାଇଣ୍ଡ ହାଜରାନ ହାସିମ କେବଳ ଶ୍ରୀଲଙ୍କାର ମୁସଲିମ ଯୁବକ ନୁହେଁ, ଦକ୍ଷିଣ ଭାରତର କେତେକ ମୁସଲିମ ଯୁବକଙ୍କୁ ଆତଙ୍କବାଦୀ ହେବା ପାଇଁ ପ୍ରବର୍ତ୍ତାଇବାରେ ସଫଳ ହୋଇଛି ବୋଲି ଗୁଇନ୍ଦା ରିପୋର୍ଟ ମିଳିଛି । ହାସିମ ତାମିଲନାଡୁରେ ଥିବା ଏକ ଆଇଏସ ମଡ୍ୟୁଲ ସହିତ ଯୋଗାଯୋଗରେ ଥିବା ଏହି ରିପୋର୍ଟରେ କୁହାଯାଇଛି ।ଏହା ଭାରତ ସରକାରଙ୍କ ଚିନ୍ତାକୁ ବଢାଇଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe