ଶ୍ରୀଲଙ୍କା ସଙ୍କଟ: ସେନା ହାତକୁ ଯାଇପାରେ କ୍ଷମତା

Advertisment
ଶ୍ରୀଲଙ୍କା ସଙ୍କଟ: ସେନା ହାତକୁ ଯାଇପାରେ କ୍ଷମତା

The Guardian

କଲମ୍ବୋ : ଶ୍ରୀଲଙ୍କା ସଙ୍କଟ ଅତି ଉଗ୍ର ରୂପ ନେଉଛି। ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ସେନା ମୁତୟନ ବଢ଼ାଇ ଦେଇଛନ୍ତି। ଉଗ୍ର ଆନ୍ଦୋଳନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି । ସରକାରୀ ସମ୍ପତ୍ତି ନଷ୍ଟ କରୁଥିବା ଏବଂ ଲୁଟୁଥିବା ବ୍ୟକ୍ତିଙ୍କୁ ଗୁଳି କରିବାପାଇଁ ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଗତକାଲି ନିର୍ଦ୍ଦେଶ ମିଳିବା‌ପରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି ହୋଇଛି। ରାଜଧାନୀର ସମସ୍ତ ଅଞ୍ଚଳରେ ସେନା ମୁତୟନ ହୋଇଛି। ଇତି ମଧ୍ୟରେ ଶ୍ରୀଲଙ୍କାରେ ଆନ୍ଦୋଳନକାରୀ ଏବଂ ଏକ ପ୍ରମୁଖ ବାଣିଜ୍ୟ ଗୋଷ୍ଠୀ ନୂଆ ସରକାର ଗଠନ ପାଇଁ ଦାବି କରିଛନ୍ତି। ନୂଆ ସରକାର ଦେଶର ଶାସନ ଭାର ଗ୍ରହଣ କରିବାପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶବାସୀଙ୍କୁ ଶାନ୍ତି ରକ୍ଷା ପାଇଁ ନିବେଦନ କରିଛନ୍ତି। ଶ୍ରୀଲଙ୍କାରେ ଅତି ସାଂଘାତିକ ସ୍ଥିତି ଉପୁଜିଛି। ହିଂସା ଜାରି ରହିଥିବାବେଳେ ଲୋକମାନେ ସାମାନ୍ୟ ଔଷଧପତ୍ର ମଧ୍ୟ ପାଉନାହାନ୍ତି । ଅଧିକାଂଶ ଅଞ୍ଚଳରେ ଖାଦ୍ୟାଭାବଜନିତ ହାହାକାର ଲାଗି ରହିଛି।

publive-image Zee News

ଶ୍ରୀଲଙ୍କାରେ ସ୍ଥିତି ଦିନକୁ ଦିନ ଅତି ଜଟିଳ ହେଉଥିବାରୁ ସେନା ହାତକୁ ଖୁବ୍‌ ଶୀଘ୍ର ଶାସନ ଭାର ଚାଲିଯିବ ବୋଲି ଚର୍ଚ୍ଚା ହେଉଛି। ତେବେ ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି। ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ଆଇନ ଶୃଙ୍ଖଳା ଦାୟିତ୍ବ ସଂପୂର୍ଣ୍ଣ ଭାବେ ସେନା ନିୟନ୍ତ୍ରଣରେ ରହିଛି। ସୈନିକମାନେ ସହର ସାରା ପଇଁତରା ମାରୁଛନ୍ତି। ଇତି ମଧ୍ୟରେ ଶ୍ରୀଲଙ୍କାରେ କର୍ଫ୍ୟୁ ପୁଣି ଆଉ ଏକ ଦିନ ପାଇଁ ବଢ଼ିଛି। ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କା ହିଂସା ଯୋଗୁଁ ୮ ଜଣଙ୍କ ମୃତ୍ୟୁ
ହୋଇଥିବାବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିସହ ଶତାଧିକ କୋଠା ଜାଳି ଦିଆଯାଇଛି ଏବଂ ପୁଲିସ ଓ ସେନାର ଯାନବାହନ ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe