ସୁପ୍ରିମ୍‌ କୋର୍ଟରେ ଶ୍ରୀମନ୍ଦିର ମାମଲାର ଶୁଣାଣି ଆଜି

Advertisment
କ’ଣ ଥିଲା ୧୯୯୮ ନରସିଂହ ରାଓ ମାମଲା: ସୁପ୍ରିମ୍‌କୋର୍ଟଙ୍କ ୫ ବଡ଼ ମନ୍ତବ୍ୟ

moneycontrol.com

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି କରିବେ। ହାଇକୋର୍ଟଙ୍କ ଗତ ମେ' ୯ ତାରିଖ ନିର୍ଦ୍ଦେଶ ବିରୋଧରେ ସୁମନ୍ତ କୁମାର ଘଡ଼େଇ ଓ ଅର୍ଦ୍ଧେନ୍ଦୁ କୁମାର ଦାସଙ୍କ ଦ୍ବାରା ଦାଖଲ ଦୁଇଟି ଅଲଗା ଅଲଗା ସ୍ବତନ୍ତ୍ର ଲିଭ ପିଟିସନ୍‌ (ଏସ୍‌ଏଲ୍‌ପି)ର ଶୀଘ୍ର ଶୁଣାଣି ପାଇଁ ଆଜି ଜଷ୍ଟିସ୍‌ ବିଆର୍‌ ଗଭାଇ ଓ ଜଷ୍ଟିସ୍‌ ହିମା କୋହଲୀଙ୍କ ଭ୍ୟାକେସନ୍‌ ବେଞ୍ଚ ରାଜି ହୋଇଛନ୍ତି। ଶ୍ରୀ ଘଡ଼େଇଙ୍କ ଓକିଲ ମହାଲକ୍ଷ୍ମୀ ପାଭାନୀ ଓ ଶ୍ରୀ ଦାସଙ୍କ ଓକିଲ ନଚିକେତା ଯୋଶୀ ଏଥିପାଇଁ ଖଣ୍ଡପୀଠଙ୍କୁ ନିବେଦନ କରିଥିଲେ।

publive-image

ଉପରୋକ୍ତ ପ୍ରସଙ୍ଗକୁ ନେଇ ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଖଣ୍ଡପୀଠକୁ ଜଣାଇଥିଲେ। ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ପରିକ୍ରମା ପ୍ରକଳ୍ପ ନାଁରେ ଚାଲିଥିବା ବେଆଇନ ନିର୍ମାଣ ଓ ଖନନ ଯୋଗୁ ଶ୍ରୀମନ୍ଦିର ପ୍ରତି ବିପଦ ଦେଖାଦେଇଛି। ଶ୍ରୀମନ୍ଦିରରେ କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ତେବେ ନିର୍ମାଣ ଉପରେ ଅଙ୍କୁଶ ଲଗାଇବା ସଂକ୍ରାନ୍ତ ତାଙ୍କ ଆବେଦନର ଶୁଣାଣି ହାଇକୋର୍ଟରେ ହୋଇପାରିନଥିଲା। ଯେଉଁଥି ପାଇଁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାରେ ଓଡ଼ିଶା ସରକାର, ଏଏସ୍‌ଆଇ, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ମୋଟ ୮ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଖଣ୍ଡପୀଠ ଆସନ୍ତାକାଲି ମାମଲାର ଶୁଣାଣି ପାଇଁ ରାଜି ହେବା ସହିତ ଶ୍ରୀମନ୍ଦିର ସଂସ୍କାର ମାମଲାରେ ପୂର୍ବରୁ କୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଣଜିତ କୁମାରଙ୍କୁ ପିଟିସନର ନକଲ ଉପଲବ୍ଧ କରାଇବା ପାଇଁ ଆବେଦନକାରୀଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇଥିଲେ।

publive-image

ଚଳିତମାସ ୯ରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଖନନ ଓ ନିର୍ମାଣ ବିବାଦ ସଂପର୍କିତ ଦିଲୀପ କୁମାର ବରାଳଙ୍କ ଆବେଦନର ଶୁଣାଣି କରି ଓଡ଼ିଶା ହାଇକୋର୍ଟ କୌଣସି ରହିତାଦେଶ ଜାରି କରିନଥିଲେ। ରହିତାଦେଶ ଜାରି କରାଯାଇ ନଥିବାରୁ ନିର୍ମାଣ କାର୍ଯ୍ୟ ଜାରି ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏଭଳି ସ୍ଥିତିରେ କାଳେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ଏହି ଆଶଙ୍କା କରି ରାଜ୍ୟ ସରକାର ହାଇକୋର୍ଟଙ୍କ ୯ ତାରିଖ ଆଦେଶ ପରିପେକ୍ଷୀରେ ମେ' ୧୩ରେ ଆଗୁଆ କ୍ୟାଭିଏଟ ଫାଇଲ କରିଥିଲେ। ହାଇକୋର୍ଟରେ ଦିଲୀପ କୁମାର ବରାଳଙ୍କ ତରଫରୁ ଦାୟର ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଇଣ୍ଟରଭେନସନ୍‌ ପିଟିସନ ଦାଖଲ କରିଥିବା ସୁମନ୍ତ କୁମାର ଘଡେଇଙ୍କ ଦ୍ବାରା ହାଇକୋର୍ଟଙ୍କ ଆଦେଶ ବିରୋଧରେ ଆଡଭୋକେଟ୍‌ ଅନ ରେକର୍ଡ ଗୌତମ ଦାଶଙ୍କ ଦ୍ବାରା ଏବଂ ଅର୍ଦ୍ଧେନ୍ଦୁ କୁମାର ଦାସଙ୍କ ତରଫରୁ ଓକିଲ ନଚିକେତା ଯୋଶୀଙ୍କ ଦ୍ବାରା ଚଳିତ ମାସ ୨୭ରେ ଏସ୍‌ଏଲ୍‌ପି ଦାଖଲ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe