ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଜମି ବିକ୍ରି ମାମଲା

Advertisment
ମଦ ଦୋକାନ ଲଟେରି ପ୍ରସଙ୍ଗ : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

Image Source: Zee News

ନୂଆଦିଲ୍ଲୀ :ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜମି ବିକ୍ରି ଯୋଜନା ପ୍ରସଙ୍ଗକୁ ବିରୋଧ କରି ଦିଲ୍ଲୀସ୍ଥିତ ଜନ ସ୍ବାଭିମାନ ୱେଲଫେୟାର ସୋସାଇଟି ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପ୍ରକ୍ରିୟା ତୁରନ୍ତ ବନ୍ଦ ନିର୍ଦ୍ଦେଶ ଦେବାକୁ ଅପିଲ କରାଯାଇଛି। ମାମଲାରେ ଶ୍ରୀମନ୍ଦିର ପ୍ରଶାସନକୁ ଭାଙ୍ଗି ଅନ୍ତରୀଣ ନ୍ୟାୟିକ କମିଟି ଗଠନ ପାଇଁ ପ୍ରାର୍ଥନା‌ କରାଯାଇଛି। ଧାର୍ମିକ ପରମ୍ପରା କିଭଳି ଜାରି ରହିବ ତାହା ନ୍ୟାୟିକ କମିଟି ସୁନିଶ୍ଚିତ କରିବ ବୋଲି ପିଟିସନ୍‌ରେ କୁହାଯାଇଛି। ରାଜ୍ୟ ସରକାରଙ୍କ ଶ୍ରୀଜଗନ୍ନାଥଙ୍କ ନାମରେ ପଞ୍ଜିକୃତ ୩୫,୦୦୦ ଏକର ଜମିକୁ ବିକ୍ରି କରିବାର ନିଷ୍ପତ୍ତି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରାର୍ଥନା କରାଯାଇଛି। ଅନ୍ତରୀଣ ନ୍ୟାୟିକ କମିଟି ଗଠନ କରାଯାଇ ପରିଚାଳନା ବ୍ୟବସ୍ଥା ପାଇଁ ପିଟିସନ୍‌ରେ ଅପିଲ କରାଯାଇଛି। ସରକାରଙ୍କୁ ହଟାଇ ପରିଚାଳନା ଭାର ସଂପୃକ୍ତ ବ୍ୟବସ୍ଥାକୁ ଦେବା ପାଇଁ କୁହାଯାଇଛି। ସମସ୍ତ ମାମଲାର ତଦନ୍ତ ପାଇଁ ଜୁଡିସିଆଲ କମିଶନ ଗଠନ ଲାଗି ମଧ୍ୟ ଦାବି କରାଯାଇଛି। ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇଛି। ଜନ ସ୍ବାଭିମାନ ୱେଲଫେୟାର ସଂସ୍ଥାର ଦୁଇ ଜଣ ସଦସ୍ୟ ଡ. ୱାସି ଶର୍ମା ଓ ସଂଜୀବ ନିୱାରଙ୍କ ଦ୍ବାରା ଏହି ମାମଲା ଦାଏର କରାଯାଇଛି ବୋଲି ଆଇନଜୀବୀ ଶଶାଙ୍କ ଶେଖର ଝା ସୂଚନା ଦେଇଛନ୍ତି। ହୋଲି ଅବକାଶ ପରେ ଏହି ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe