ପ୍ରବଳ ତୁଷାରପାତ ପାଇଁ ବିମାନ ଚଳାଚଳ ବାତିଲ କଲା ଶ୍ରୀନଗର ବିମାନବନ୍ଦର, ଫସିଲା ୨୦୦୦ ଗାଡ଼ି

Advertisment

କଶ୍ମୀରରେ ତାପମାତ୍ରା ଖସିବା ସହ ତୁଷାରପାତ ବଢ଼ିଛି। ଏହି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁଷାରପାତ ପାଇଁ ଦୃଶ୍ୟମାନ କମିବାରୁ ସମସ୍ତ ବିମାନ ଚଳାଚଳକୁ ବାତିଲ କରିଛି ଶ୍ରୀନଗର ବିମାନବନ୍ଦର।

କଶ୍ମୀରରେ ତାପମାତ୍ରା ଖସିବା ସହ ତୁଷାରପାତ ବଢ଼ିଛି। ଏହି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁଷାରପାତ ପାଇଁ ଦୃଶ୍ୟମାନ କମିବାରୁ ସମସ୍ତ ବିମାନ ଚଳାଚଳକୁ ବାତିଲ କରିଛି ଶ୍ରୀନଗର ବିମାନବନ୍ଦର।

tsnpw

ଶ୍ରୀନଗର: କଶ୍ମୀରରୁ ତାପମାତ୍ରା ଖସିବା ସହ ତୁଷାରପାତ ବଢ଼ିଛି। ଏହି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁଷାରପାତ ପାଇଁ ଦୃଶ୍ୟମାନ କମିବାରୁ ସମସ୍ତ ବିମାନକୁ ବାତିଲ କରିଛି ଶ୍ରୀନଗର ବିମାନବନ୍ଦର। ପ୍ରବଳ ତୁଷାରପାତ ପାଇଁ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ଏବଂ ମୋଗଲ ରୋଡ ବନ୍ଦ ହୋଇଯାଇଛି। ଏହି ରାସ୍ତା ବନ୍ଦ ହେବା ପରେ ସାରା ଦେଶ ସହିତ କଶ୍ମୀରର ସମ୍ପର୍କ ବିଚ୍ଛିନ୍ନ ହୋଇଛି। ତୁଷାରପାତ ହେତୁ ଦୃଶ୍ୟମାନ କମିବା ସହ ରନୱେ ଅପରେସନ ପ୍ରଭାବିତ ହେବାରୁ ଶନିବାର ପାଇଁ ସମସ୍ତ ବିମାନ ଚଳାଚଳକୁ ବନ୍ଦ କରିଛି ଶ୍ରୀନଗର ବିମାନବନ୍ଦର। ବିମାନ ସହିତ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ସୂଚନା ମୁତାବକ, ଶ୍ରୀନଗର ଏବଂ କାଶ୍ମୀରର ଅନ୍ୟ ଅଞ୍ଚଳରେ ଶୁକ୍ରବାର ଦିନ ବର୍ଷର ପ୍ରଥମ ତୁଷାରପାତ ‌ହୋଇଥିଲା। ତୁଷାରପାତ ପାଇଁ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ପ୍ରାୟ ୨୦୦୦ ଗାଡି ଅଟକି ରହିଛି। ଅଧିକାରୀମାନେ କହିଛନ୍ତି ଯେ ତୁଷାରପାତ ବନ୍ଦ ହେବା ପରେ ରାସ୍ତା ସଫା କରାଯିବ ଏବଂ ଭାରୀ ଯାନ ଚଳାଚଳ ପାଇଁ ଅନୁମତି ଦିଆଯିବ। ଏହା ପରେ ଅନ୍ୟ ଗାଡ଼ିମାନେ ଆଗକୁ ବଢ଼ିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe