ଏସ୍‌ଆର‌୍‌ଏସ୍‌ ସର୍ଭେ ରିପୋର୍ଟ: ଲିଙ୍ଗଗତ ଅନୁପାତ କମୁଛି, ଦେଶରେ ହଜାରେ ପୁଅରେ ୮୯୬ ଝିଅ

Advertisment
ଏସ୍‌ଆର‌୍‌ଏସ୍‌ ସର୍ଭେ ରିପୋର୍ଟ: ଲିଙ୍ଗଗତ ଅନୁପାତ କମୁଛି, ଦେଶରେ ହଜାରେ ପୁଅରେ ୮୯୬ ଝିଅ

ନୂଆଦିଲ୍ଲୀ: ବିଶ୍ବର ଦ୍ବିତୀୟ ଜନବହୁଳ ଦେଶ ଭାରତରେ ଜନ୍ମ ଏବଂ ମୃତ୍ୟୁ ହାର ହ୍ରାସ ପାଉଛି। ଏହା ଦେଶ ପାଇଁ ଖୁସିର ବିଷୟ ହୋଇଥିବାବେଳେ ଅନ୍ୟପଟେ ଦେଶରେ ଲିଙ୍ଗଗତ ଅନୁପାତ ହ୍ରାସ ଚିନ୍ତାର କାରଣ ପାଲଟିଛି। ୨୦୧୪-୧୬ ମଧ୍ୟରେ ଦେଶରେ ହଜାରେ ପୁଅରେ ୮୯୮ ଝିଅ ଥିବାବେଳେ ୨୦୧୫-୧୭ରେ ଏହି ସଂଖ୍ୟା ୮୯୬କୁ ହ୍ରାସ ପାଇଛି। ଅର୍ଥାତ୍ ୨୦୧୪-୧୬ ତୁଳନାରେ ୨୦୧୫-୧୭ରେ ପ୍ରତି ହଜାରେ ପୁଅରେ ଝିଅଙ୍କ ସଂଖ୍ୟା ୨ ଜଣ ଲେଖାଏଁ ହ୍ରାସ ପାଇଛି। ଏସଆରଏସ ସର୍ଭେରୁ ଏହି ତଥ୍ୟ ପଦାକୁ ଆସିଛି। ୨୦୧୧ ଜନଗଣନାରେ ପ୍ରତି ହଜାରେ ପୁଅରେ ୯୪୦ ଜଣ ଝିଅ ଥିଲେ। କିନ୍ତୁ ୨୦୧୭ ଏସଆରଏସ ସର୍ଭେରେ ଏହି ଅନୁପାତ ଛତିଶଗଡ଼ରେ ସର୍ବାଧିକ ୯୬୧ ଥିବାବେଳେ ହରିୟାଣାରେ ସବୁଠୁ କମ୍ ୮୩୩ ରହିଛି। ଜାତୀୟ ସ୍ତରରେ ଜନ୍ମହାର ୨୦୧୭ରେ ୨୦.୨କୁ ହ୍ରାସ ପାଇଛି। ୨୦୧୬ରେ ଏହା ୨୦.୪ ରହିଥିଲା। ରାଜ୍ୟଭିତ୍ତିରେ ଜନ୍ମ ହାର ବିହାରରେ ସର୍ବାଧିକ ୨୬.୪ ଥିବାବେଳେ କେରଳରେ ସର୍ବନିମ୍ନ ୧୪.୨ ରହିଛି। ଦେଶରେ ୨୦୧୨ରୁ ୨୦୧୭ ମଧ୍ୟରେ ଜନ୍ମହାର ୧.୪ ପଏଣ୍ଟ ହ୍ରାସ ଘଟିଛି। ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ହ୍ରାସ ପରିଲକ୍ଷିତ ହୋଇଛି। ୨୦୧୭ରେ ଜାତୀୟ ସ୍ତରରେ ମୃତ୍ୟୁ ହାର ୬.୩ରେ ରହିଛି। ଛତିଶଗଡ଼ରେ ମୃତ୍ୟୁହାର ସର୍ବାଧିକ ୭.୫ ଥିବାବେଳେ ଦିଲ୍ଲୀରେ ସର୍ବନିମ୍ନ ୩.୭ ରହିଛି। ୨୦୧୨ରୁ ୨୦୧୭ ମଧ୍ୟରେ ଜାତୀୟ ସ୍ତରରେ ମୃତ୍ୟୁ ହାର ୦.୭ ପଏଣ୍ଟ ହ୍ରାସ ଘଟିଥିବା କୁହାଯାଇଛି। ମହିଳା ମୃତ୍ୟୁ ହାର ୦.୫ ପଏଣ୍ଟ ଏବଂ ପୁରୁଷ ମୃତ୍ୟୁ ହାର ୧.୦ ପଏଣ୍ଟ ହ୍ରାସ ଘଟିଛି । ସେହିଭଳି ଶିଶୁ ମୃତ୍ୟୁ ହାର ଦେଶରେ ଗତ ୫ ବର୍ଷ ମଧ୍ୟରେ ୯ ପଏଣ୍ଟ ହ୍ରାସ ଘଟିଛି। ୨୦୧୨ରେ ଏହା ୪୨ ଥିବାବେଳେ ୨୦୧୭ରେ ୩୩କୁ ଖସିଆସିଛି।

ଜାତୀୟ ହାରଠାରୁ ଓଡ଼ିଶାରେ ପ୍ରଜନନ ହାର କମ୍‌
ନୂଆଦିଲ୍ଲୀ: ଦେଶରେ ମହିଳାମାନେ ଶିକ୍ଷିତ ହେବା ସହିତ କମ୍ ସଂଖ୍ୟାରେ ପିଲା ଜନ୍ମ କରୁଛନ୍ତି। ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ମହିଳାଙ୍କ ପ୍ରଜନନ ହାର ୨.୩ରେ ସ୍ଥିର ରହିବା ପରେ ୨୦୧୭ରେ ଏହା ସର୍ବକାଳୀନ ସର୍ବନିମ୍ନ ୨.୨କୁ ହ୍ରାସ ପାଇଛି। ୨୦୧୭ ମସିହା ପାଇଁ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ ପକ୍ଷରୁ ସଂକଳିତ ଏସ୍‌ଆର୍‌ଏସ୍‌ ରିପୋର୍ଟରୁ ଏହା ଜଣାପଡ଼ିଛି। ମହିଳା ସାକ୍ଷରତା ହାର କମ୍ ଥିବା ରାଜ୍ୟ ବିହାରରେ ମହିଳା ପ୍ରଜନନ ହାର ସର୍ବାଧିକ ୩.୨ ଥିବାବେଳେ କେରଳରେ ଏହା ୧.୭ ଏବଂ ଦିଲ୍ଲୀରେ ୧.୫ ରହିଛି। ଓଡ଼ିଶାରେ ପ୍ରଜନନ ହାର ୧.୯ ରହିଛି ଯାହାକି ଜାତୀୟ ହାର ତୁଳନାରେ କମ୍‌। ଓଡ଼ିଶା ଭଳି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ପ୍ରଜନନ ହାର ଜାତୀୟ ହାର ତୁଳନାରେ କମ୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe