Image Courtesy of MSN
ମୁମ୍ବାଇ: ରାଜ୍ୟରେ ସଦ୍ୟ ଲକ୍ଡାଉନ୍ ଜାରି କରାଯିବା ପରିସ୍ଥିତି ଆସୁଛି, କିନ୍ତୁ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଶୁକ୍ରବାର ଦିନ କହିଛନ୍ତି।
୮,୦୬୭ଜଣ ବ୍ୟକ୍ତି କୋଭିଡ୍ ପଜିଟିଭ୍ ହୋଇଥିବା ଚିହ୍ନଟ ହେବା ଯୋଗୁଁ ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବଢ଼ିଯିବାରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବିଜୟ ୱାଡ଼େଟ୍ଟିୱାର୍ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ଲକ୍ଡାଉନ୍ ଜାରି ହେବା ପରିସ୍ଥିତି ଆସୁଛି। କିନ୍ତୁ, କେବେ ଲକ୍ଡାଉନ୍ ଜାରି ହେବ, ମୁଖ୍ୟମନ୍ତ୍ରୀ ସେ ନିଷ୍ପତ୍ତି ନେବେ। ଭ୍ରମଣ ଏବଂ କଲେଜ କଟକଣା ସଂକ୍ରାନ୍ତ ନିଷ୍ପତ୍ତି ଏକତ୍ର ଗ୍ରହଣ କରାଯିବ।
Image Courtesy of Al Jazeera‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ ବିସ୍ତାର ବାତାବରଣରେ ଗତ ୧୧ ଦିନ ହେବ ମହାରାଷ୍ଟ୍ରରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଇଛି। ଏଥିଯୋଗୁଁ ରାଜ୍ୟ ସରକାର ନୂଆ ମାର୍ଗଦର୍ଶିକା ଜାରି କରିବାକୁ ବାଧ୍ୟ ହୋଇଛନ୍ତି।
ନୂଆ ମାର୍ଗଦର୍ଶିକା ଅନୁସାରେ, କୌଣସି ଖୋଲାମେଲା ସ୍ଥାନରେ ୫୦ ଅଧିକ ଜନସମାଗମ ହୋଇ ପାରିବ ନାହିଁ। ବିବାହ କିଂବା କୌଣସି ସାମାଜିକ, ରାଜନୈତିକ ଓ ଧାର୍ମିକ ଅନୁଷ୍ଠାନରେ ୫୦ରୁ ଅଧିକ ବ୍ୟକ୍ତି ଯୋଗ ଦେଇପାରିବେ ନାହିଁ। ଶବ ସଂସ୍କାରରେ ସର୍ବାଧିକ ୨୦ଜଣ ବ୍ୟକ୍ତି ସାମିଲ ହୋଇପାରିବେ।
ଏହା ବ୍ୟତିରେକେ, ୧୪୪ ଧାରା ଜାରି କରାଯିବା ସହ ଶୁକ୍ରବାର ଦିନ ମୁମ୍ବାଇ ପୁଲିସ ନିର୍ଦେଶ ଦେଇଛି ଯେ, ବେଳାଭୂମି, ଖୋଲା ପଡ଼ିଆ, ବାଗବଗିଚା ଓ ପ୍ରମୋଦ ଉଦ୍ୟାନ ଭଳି ସ୍ଥାନମାନଙ୍କରେ ଜାନୁଆରି ୧୫ ପର୍ଯ୍ୟନ୍ତ ସନ୍ଧ୍ୟା ୫ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜନସମାଗମ ହୋଇପାରିବ ନାହିଁ।
Follow Us