ବିପର୍ଯ୍ୟୟର ସମ୍ମୁଖୀନ ହେଲା ମୁମ୍ବାଇ ଇଣ୍ଡିଆନ୍ସ,: ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପାଇଁ ବିଜୟ ଲକ୍ଷ୍ୟ ୧୪୫ ରନ୍

Advertisment
ବିପର୍ଯ୍ୟୟର ସମ୍ମୁଖୀନ ହେଲା ମୁମ୍ବାଇ ଇଣ୍ଡିଆନ୍ସ,: ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପାଇଁ ବିଜୟ ଲକ୍ଷ୍ୟ ୧୪୫ ରନ୍

ଲକ୍ଷ୍ନୌ: ଆଇପିଏଲର ୪୮ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲଏସଜି) ଏବଂ ଏମଆଇ) ମୁହାଁମୁହିଁ ହୋଇଛନ୍ତି। ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳବିହାରୀ ବାଜପେୟୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ କେଏଲ୍ ରାହୁଲ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।

ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଧାର୍ଯ୍ୟ ୨୦ ଓଭରର‌େ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟ ହରାଇ ୧୪୪ରନ୍ କରିଛି। ଫଳରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପାଇଁ ବିଜୟ ଲକ୍ଷ୍ୟ ୧୪୫ ରନ୍ ରହିଛି।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଇଶାନ୍ କିଶନ ୩୨ ରନ୍, ରୋହିତ ଶର୍ମା ୪ ରନ୍, ସୂର୍ଯ୍ୟକୁମାର ଯାଦବ ୧୦ ରନ୍, ତିଲକବର୍ମା ୭ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା କୌଣସି ରନ୍ ନ କରି ପାଭିଲିୟନ ଫେରିଥିଲେ। ସେହିପରି ନେହାଲ ୱେଧରା ୪୬ ରନ୍, ଟିମ୍ ଡେଭିଡ୍ ୩୫ ରନ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe