ନୂଆଦିଲ୍ଲୀ : ଡିଏକ୍କେ ନେତା ଏମ୍ କେ ଷ୍ଟାଲିନ୍ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ନିର୍ବାଚନୀ ପ୍ରଚାର ସମୟରେ ବିଜେପି ନେତା ଅରୁଣ ଜେଟ୍ଲି ଏବଂ ସୁଷମା ସ୍ବରାଜଙ୍କ ବିରୋଧରେ ଯେଉଁ ଟିପ୍ପଣୀ ରଖିଛନ୍ତି ସେଥିପାଇଁ ତାଙ୍କୁ କଡ଼ା ନିନ୍ଦା କରାଯାଇଛି। ଉଦୟନିଧି ଏକ ନିର୍ବାଚନୀ ସଭାରେ କହିଥିଲେ, ଜେଟ୍ଲି ଏବଂ ସୁଷମା ସ୍ବରାଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚାପ ଏବଂ ନିର୍ଯାତନା ସହିନପାରି ମୃତ୍ୟୁବରଣ କରିଛନ୍ତି। ତେବେ ଜୁନିୟର ଷ୍ଟାଲିନ୍ଙ୍କ ଏହି ଟିପ୍ପଣୀକୁ ସ୍ବରାଜ ଏବଂ ଜେଟ୍ଲିଙ୍କ ପରିବାର ନିନ୍ଦା କରିଛନ୍ତି। ସୁଷମା ସ୍ବରାଜଙ୍କ ଝିଅ ବାଂସୁରି କହିଛନ୍ତି, ଉଦୟନିଧି ଷ୍ଟାଲିନ୍ ଜୀ, ତୁମର ମନ୍ତବ୍ୟ ଭୁଲ୍। ପ୍ରଧାନମନ୍ତ୍ରୀ ମୋଦୀ ମୋ ମା’ଙ୍କୁ ଯଥେଷ୍ଟ ସମ୍ମାନ ଦିଅନ୍ତି। ଆମର ଅତି ଖରାପ ସମୟରେ ପ୍ରଧାନମନ୍ତ୍ରୀ ଏବଂ ପାର୍ଟି ଆମ ସହ ରହିଛନ୍ତି। ଅନ୍ୟପକ୍ଷେ ଜେଟ୍ଲିଙ୍କ ଝିଅ ସୋନାଲି କହିଛନ୍ତି, ମୋ ବାପା ଏବଂ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ମଧ୍ୟରେ ଅତି ନିବିଡ଼ ଏବଂ ସ୍ବତନ୍ତ୍ର ସମ୍ପର୍କ ଥିଲା। ଏହା ରାଜନୀତିଠାରୁ ଊର୍ଦ୍ଧ୍ବରେ ବୋଲି ସେ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us