ଚେନ୍ନାଇରେ ବାୟୁସେନା ସୋ ବେଳେ ଅଘଟଣ, ଅଂଶୁଘାତ ଓ ଦଳାଚକଟା ଯୋଗୁଁ ୫ ମୃତ, ୨୫୦ ଆହତ

ରବିବାର ଚେନ୍ନାଇର ମରିନା ବିଚ୍ ରେ ଏୟାର ସୋ' ସମୟରେ ହୋଇଥିବା ଅଂଶୁଘାତ ଓ ଦଳାଚକଟାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ୍ୟୁବରଣ କରିଥିବା ୫ ଜଣଙ୍କ ମଧ୍ୟରୁ ଅତି କମରେ ଜଣକ ମୃତ୍ୟୁ ଅଂଶୁଘାତରେ ହୋଇଥିବା ଡାକ୍ତର କହିଛନ୍ତି। 

iaf

ଚେନ୍ନାଇ : ରବିବାର ଚେନ୍ନାଇର ମରିନା ବିଚ୍ ରେ ଏୟାର ସୋ' ସମୟରେ ହୋଇଥିବା ଅଂଶୁଘାତ ଓ ଦଳାଚକଟାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ୍ୟୁବରଣ କରିଥିବା ୫ ଜଣଙ୍କ ମଧ୍ୟରୁ ଅତି କମରେ ଜଣକ ମୃତ୍ୟୁ ଅଂଶୁଘାତରେ ହୋଇଥିବା ଡାକ୍ତର କହିଛନ୍ତି। 

ସୂଚନା ଅନୁସାରେ ମରିନା ବିଚରେ ଆୟୋଜିତ ୯୨ତମ ଭାରତୀୟ ବାୟୁସେନା ଦିବସ ସମାରୋହରେ ଲଢୁଆ ବିମାନର ରୋମାଞ୍ଚକର ପ୍ରଦର୍ଶନ ଦେଖିବା ପାଇଁ ଦିନ ୮ଟାରୁ ଦର୍ଶକମାନେ ମରିନା ବେଳାଭୂମିରେ ଏକାଠି ହେବା ଆରମ୍ଭ କରିଥିଲେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ହାତରେ ପ୍ରଚଣ୍ଡ ଖରାରୁ ନିଜକୁ ରକ୍ଷା କରିବା ପାଇଁ ଛତା ଥିଲା । ଏୟାର ସୋ ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଚାଲିଥିଲା । ଭାରତୀୟ ବାୟୁସେନାର ସ୍ପେଶାଲ ଗରୁଡ ଫୋର୍ସର କମାଣ୍ଡୋମାନେ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଏକ ନମୁନା ଅପରେସନର ସାହସିକ କୌଶଳ ପ୍ରଦର୍ଶନ କରିବା ସହିତ ଏହି ପ୍ରଦର୍ଶନ ଆରମ୍ଭ ହୋଇଥିଲା । ତାପରେ ରାଫେଲ ସମେତ ଅନ୍ୟ ଲଢୁଆ ବିମାନର ପ୍ରଦର୍ଶନ କରାଯାଇଥିଲା । 

ପ୍ରବଳ ଗରମ ସତ୍ତ୍ବେ ସେମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ପହଞ୍ଚି ରାଫେଲ ସମେତ ଭାରତୀୟ ବାୟୁସେନାର ବିଭିନ୍ନ ଲଢୁଆ ବିମାନର କୌଶଳକୁ ଉପଭୋଗ କରିଥିଲେ। କିନ୍ତୁ ପ୍ରବଳ ଗରମ ଓ ପାଣି ଅଭାବରୁ ଲୋକମାନେ ଅସୁସ୍ଥ ହୋଇପଡ଼ିଥିଲେ ଓ ଅଂଶୁଘାତ ହୋଇଥିଲା । ପରେ ଦଳାଚକଟା ହେବାରୁ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe