ଜୀବନ ନେଇ ଫେରିଥିବା ଶ୍ରଦ୍ଧାଳୁ ବଖାଣିଲେ ଅନୁଭୂତି

Advertisment

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଦଳାଚକଟା ପରିସ୍ଥିତିର ସାମ୍ନା କରିଥିବା ଶ୍ରଦ୍ଧାଳୁ ବଖାଣିଲେ ନିଜ ଅନୁଭୂତି। କହିଲେ, ‘୫ମିନିଟ ପାଇଁ ଲାଗିଥିଲା ଏହି ପରିସ୍ଥିତିରୁ ଜୀବନ ନେଇ ଫେରି ପାରିବି ନାହିଁ।’

Updated On

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଦଳାଚକଟା ପରିସ୍ଥିତିର ସାମ୍ନା କରିଥିବା ଶ୍ରଦ୍ଧାଳୁ ବଖାଣିଲେ ନିଜ ଅନୁଭୂତି। କହିଲେ, ‘୫ମିନିଟ ପାଇଁ ଲାଗିଥିଲା ଏହି ପରିସ୍ଥିତିରୁ ଜୀବନ ନେଇ ଫେରି ପାରିବି ନାହିଁ।’

ଅଦ୍ୟତନ ହୋଇଛି
ଦପନସ

ଅମରାବତୀ: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଦଳାଚକଟାରେ ୬ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଜୀବନ ନେଇ ଫେରିଥିବା ଶ୍ରଦ୍ଧାଳୁମାନେ ସେ ସମୟ ଅନୁଭୂତିକୁ ବଖାଣିଛନ୍ତି। 

ଅଧିକପଢ଼ନ୍ତୁ:ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି: ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବେ

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଉପୁଜିଥିବା ଦଳାଚକଟା ପରିସ୍ଥିତିରୁ ଜୀବନ ନେଇ ଫେରିଥିବା  ଡି. ଭେଙ୍କଟ ଲକ୍ଷ୍ମୀ ନିଜର ସେ ଭୟାବହ ପରିସ୍ଥିତିର ଅନୁଭୂତିକୁ ବଖାଣି କହିଛନ୍ତି, ‘ମୁଁ ଗତ ୨୫ବର୍ଷ ହେବ ତିରୁପତି ମନ୍ଦିରକୁ ଆସୁଛି। ଏତେ ବର୍ଷ ଭିତରେ ଏମିତି ଘଟଣା କେବେ ବି ଘଟି ନାହିଁ।

ବୈକୁଣ୍ଠ ଏକାଦଶୀ ଏବଂ ବୈକୁଣ୍ଠ ଦ୍ବାର ଦର୍ଶନ ଉପଲକ୍ଷେ ଶ୍ରୀନିବାସମ୍‌, ବୈରାଗୀପେଟ୍ଟାଡା ରାମାନାଇଡୁ ସ୍କୁଲ ଓ ସତ୍ୟନାରାୟଣପୁରମ୍‌ ନିକଟରେ ଆଗୁଆ ଟିକେଟ ବିକ୍ରି କରାଯିବାକୁ ଘୋଷଣା କରାଯାଇଥିଲା। ବୈରାଗୀ ପେଟ୍ଟାଡା ପାର୍କ ନିକଟ ବୈକୁଣ୍ଠ ଦ୍ବାର ଦର୍ଶନ ଟିକେଟ୍‌ କେନ୍ଦ୍ରରେ ଗତକାଲି ପୂର୍ବାେହ୍ନରେ ଶ୍ରଦ୍ଧାଳୁଙ୍କର ଲମ୍ବା ଲାଇନ୍‌ ଲାଗିଥିଲା। ରାତିରେ ଭିଡ଼ ଅସମ୍ଭାଳ ଭାବେ ବୃଦ୍ଧି ପାଇବାରୁ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା। 

ଅଧିକପଢ଼ନ୍ତୁ:ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କଠାରୁ ୫ ଲକ୍ଷ ଲୁଟ୍

ଲୋକେ ଆଗକୁ ମାଡ଼ି ଚାଲିଥିଲେ। ଭିଡ଼ ମୋତେ ଆଗକୁ ଆଗକୁ ଠେଲି ଚାଲିଥିଲା। ଯେମିତି ଲାଗୁଥିଲା ମୁଁ ତଳେ ପଡ଼ିବାକୁ ଯାଉଛି। ଆଉ ପଡ଼ିବି ଗଲି। ମୋ ଉପର ଦେଇ ଲୋକେ ମାଡ଼ି ଚାଲିଥିଲେ। ମୁଁ ନିଶ୍ବାସ ନେଇ ପାରୁ ନଥିଲି। ୫ମିନିଟ ପାଇଁ ଭାବି ନେଇଥିଲି ମୁଁ ଆଉ ବଞ୍ଚିବି ନାହିଁ। ଏଠାରେ ହିଁ ମୋ ଜୀବନ ଚାଲିଯିବ। କ’ଣ ଚାଲିଛି କେହି କିଛି ବୁଝି ପାରୁ ନଥିଲେ। ଏଭଳି ସମୟରେ କେତେଜଣ  ଯୁବକ ଦେବଦୂତ ସାଜିଲା ଭଳି ଆସି ମୋତେ ଭିଡ଼ ଭିତରୁ ଉଦ୍ଧାର କରି ଖୋଲାସ୍ଥାନକୁ ନେଇ ପିଇବାକୁ ପାଣି ଦେଇ ଭୟଭୀତ ନହେବା ପାଇଁ କହିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe