ସଶସ୍ତ୍ର ଡକାୟତ ଦଳ ପଶି ଆସିବାରୁ ଲାଇବରିଆ ଚର୍ଚ ଉପାସନା ସମାବେଶରେ ଦଳାଚକଟା; ୨୯ ମୃତ

Advertisment
ସଶସ୍ତ୍ର ଡକାୟତ ଦଳ ପଶି ଆସିବାରୁ ଲାଇବରିଆ ଚର୍ଚ ଉପାସନା ସମାବେଶରେ ଦଳାଚକଟା; ୨୯ ମୃତ

Image Courtesy of India Today

ମନ୍‌ରୋଭିଆ: ଗତରାତିରେ ଲାଇବରିଆର ରାଜଧାନୀ ମନ୍‌ରୋଭିଆସ୍ଥିତ ଏକ ଗୀର୍ଜାରେ ଦଳାଚକଟା ହେବାରୁ ୨୯ଜଣଙ୍କର ମୃତ୍ୟୁ ଘଟିଥିବା କଥା ଗୁରୁବାର ଦିନ ଡେପୁଟି ଇନ୍‌ଫର୍ମେସନ୍‌ ମନ୍ତ୍ରୀ ରାଷ୍ଟ୍ରାୟତ ରେଡିଓରେ କହିଛନ୍ତି।

ନିକଟରେ ଥିବା ଏକ ଡାକ୍ତରଖାନାରୁ ସୂଚନା ଉପମନ୍ତ୍ରୀ ଜଲାୱା ଟନ୍‌ପୋ ରାଷ୍ଟ୍ରାୟତ ରେଡିଓକୁ କହିଛନ୍ତି, ରାଜଧାନୀ ଉପକଣ୍ଠ ପାଖ ‘ନିଉ କ୍ରୁ ଟାଉନ୍‌’ରେ ରାତି ତମାମ ଚାଲିଥିବା ଏକ ଖ୍ରୀଷ୍ଟିଆନ୍‌ ଉପାସନା ସମୟରେ ଉପରୋକ୍ତ ଅଘଟଣ ଘଟିଛି। ଡାକ୍ତରମାନେ କହିଛନ୍ତି ୨୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଆହତ ହୋଇଥିବା କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଦେଶ ପାଇଁ ଏହା ବଡ଼ ଦୁଃଖର ଦିନ।

publive-image Image Courtesy of TRT World

ଉପାସନା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଏକ୍ସୋଡସ୍‌ ମୋରିଆଜ୍‌ ନାମରେ ଜଣେ ବ୍ୟକ୍ତି କହନ୍ତି, ଡକାୟତି ପାଇଁ ଦଳେ ସଶସ୍ତ୍ର ବ୍ୟକ୍ତି ଜନଗହଳି ମଧ୍ୟକୁ ପ୍ରବେଶ କରିବାରୁ ଦଳାଚକଟା ଆରମ୍ଭ ହୋଇଥିଲା।

ସେ କହିଛନ୍ତି, ଭୁଜାଲି ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ଧରି ଦଳେ ଲୋକ ଜନଗହଳି ଆଡ଼କୁ ଆସୁଥିବା ଆମେ ଦେଖିଲୁ। ତାଙ୍କୁ ଦେଖି ଧାଆଁଦୌଡ଼ କରିବା ବେଳେ କିଛି ଲୋକ ପଡ଼ିଯିବାରୁ ଆଉ କିଛି ଲୋକ ତାଙ୍କ ଉପରେ ପଡ଼ିଗଲେ ଏବଂ ଅନ୍ୟମାନେ ସେମାନଙ୍କ ଉପରେ ଚଢ଼ିଯିବାରୁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ, ‘ଜୋଗୋସ୍‌’ ନାମରେ ସୁପରିଚିତ ଲାଇବରୀୟ ‘ଷ୍ଟ୍ରିଟ୍‌ ଗ୍ୟାଙ୍ଗ୍‌’ ଦଳ ସାଧାରଣତଃ ଭୁଜାଲି ଏବଂ ଅନ୍ୟ ଛୋଟଧରଣର ଅସ୍ତ୍ରଦ୍ବାରା ଡକାୟତି କରନ୍ତି।

କେଉଁଥି ପାଇଁ ଅଘଟଣ ଘଟିଲା ସେ ସମ୍ପର୍କରେ ମନ୍ତବ୍ୟ ଦେବାକୁ ପୁଲିସ ମୁଖପାତ୍ର ମୋଜେସ୍‌ କାର୍ଟର୍‌ ମନା କରି ଦେଇଛନ୍ତି। ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe