ବିଜୟଙ୍କ ରାଲିରେ ଦଳଚକଟା ଘଟଣା: ୩୧ ଜଣଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ଅଧିକ ମହିଳା ଓ ଶିଶୁ…

New Project (9)

ଚେନ୍ନାଇ: ବିଜୟଙ୍କ ରାଲିରେ ଦଳଚକଟା ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଇତିମଧ୍ୟରେ ମିଳିଥିବା ଖବର ଅନୁସାରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରବଳ ଭିଡ଼ରୁ ଦଳଚକଟା ଘଟଣାରେ ୩୧ ଜଣଙ୍କ ଜୀବନ ଯାଇଛି । ଅଭିନେତାରୁ ନେତା ସାଜିଥିବା ବିଜୟ ଥାଲାପତିଙ୍କୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଥିବା ବେଳେ ବିଜୟ ଭାଷଣ ଦେବା ବେଳେ ଭୟଙ୍କର ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିଲା ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ଯରେ ମହିଳା ଓ ଶିଶୁ ଅଛନ୍ତି । 

New Project (8)

ତେବେ ଘଟଣା ପରେ ତାମିଲନାଡୁର କରୁରରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ପାଖ ଜିଲ୍ଲାରୁ ଡାକ୍ତରଙ୍କୁ ଅଣାଯାଇ ମେଡିକାଲରେ ଚିକିତ୍ସା କାମରେ ନିୟୋଜିତ କରାଯାଇଛି । ଅଭିନେତା ତଥା ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ଆଜି ଘଟିଛି ବଡ଼ ଦୁର୍ଘଟଣା । ନିର୍ବାଚନ ରାଲିରେ ଦଳାଚକଟା ହୋଇଛି । ୩୧ ଜଣଙ୍କ ମୃତ୍ୟୁ ସହ ଶତାଧିକ ଲୋକ ଆହତ ହୋିଥିବା ସୂଚନା ରହିଛି ।

ସୂଚନା ମୁତାବକ ତାମିଲନାଡୁର କରୁରରେ ଅଭିନେତା ତଥା ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭିଡ଼ ଏତେ ଅଧିକ ଥିଲା ଯେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପିଲା ଏବଂ ଦଳୀୟ କର୍ମୀଙ୍କ ସମେତ ଅନେକ ଲୋକ ଶ୍ୱାସରୁଦ୍ଧ ହୋଇ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ବିଜୟ ପରିସ୍ଥିତି ଦେଖି ତୁରନ୍ତ ତାଙ୍କ ଭାଷଣ ବନ୍ଦ କରି ଦେଇଥିଲେ | ଦଳାଚକଟାରେ ଅଚେତ ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ କିଛିଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ କରୁର ଘଟଣାରେ ଚିନ୍ତା ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe