ଆତଙ୍କ ଅନ୍ତ ପାଇଁ ସରକାରଙ୍କୁ ସମର୍ଥନ କରୁଛୁ: ସର୍ବଦଳୀୟ ବୈଠକ ପରେ କହିଲେ ଗୁଲାମ ନବି ଆଜାଦ୍‌

ଆତଙ୍କ ଅନ୍ତ ପାଇଁ ସରକାରଙ୍କୁ ସମର୍ଥନ କରୁଛୁ: ସର୍ବଦଳୀୟ ବୈଠକ ପରେ କହିଲେ ଗୁଲାମ ନବି ଆଜାଦ୍‌

ନୂଆଦିଲ୍ଲୀ: ଦେଶରୁ ଆତଙ୍କର ଅବସାନ ଲାଗି ବିରୋଧୀ ଦଳ ସରକାରଙ୍କୁ ସମର୍ଥନ କରିବ ବୋଲି ଗୃହମନ୍ତ୍ରୀ ରାଜନାଥ ସିଂହ ଡକାଇଥିବା ସର୍ବଦଳୀୟ ବୈଠକ ଶେଷ ହେବା ପରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ କହିଛନ୍ତି। ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକର ମୁଖ୍ୟମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସେମାନଙ୍କ ସହ ମାମଲା ସଂକ୍ରାନ୍ତରେ ଆଲୋଚନା କରିବାକୁ ବିରୋଧୀ ଦଳର ନେତାମାନେ ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।

ସେ କହିଛନ୍ତି, ଆମ ଜାଣିବା ଅନୁସାରେ, ଯୁଦ୍ଧକୁ ବାଦ ଦେଲେ ୧୯୪୭ ପରେ ଏତେ ସଂଖ୍ୟକ ଯବାନ ସହିଦ ହୋଇଛନ୍ତି। ସବୁ ଦଳ ଓ ଦେଶବାସୀ ଧର୍ମ ବର୍ଣ୍ଣ ନିର୍ବିଶେଷରେ ଶୋକ ପ୍ରକାଶ କରୁଛନ୍ତି।

ଏ ଭଳି ସମୟରେ ଜମ୍ମୁ ଓ କଶ୍ମୀରରେ ନିରାପତ୍ତା ବଳ ଓ ସ୍ଥାନୀୟ ପୁଲିସକୁ ଆମେ ସମର୍ଥନ କରୁଛୁ।

ସରକାରଙ୍କ ସହ ଆମର ଅନେକ ମତାନ୍ତର ଥିଲେ ବି ଦେଶର ସ୍ୱାର୍ଥ, ସମସ୍ତଙ୍କ ସୁରକ୍ଷା ଲାଗି ଆତଙ୍କର ଅନ୍ତ ଘଟାଇବାକୁ ଆମେ ସରକାରଙ୍କୁ ସମର୍ଥନ କରିବାକୁ ସ୍ଥିର କରିଛୁ। ସରକାରଙ୍କ ପ୍ରତି ଆମର ସମର୍ଥନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe