Starlink service in Bangladesh before India!: Yunus invites Elon Musk Photograph: (Sambad.in)
ଢାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏଲନ ମସ୍କ ତାଙ୍କୁ ଭେଟିଥିଲେ। ଯାହା ପରେ ଟେସଲା ଏବଂ ଷ୍ଟାରଲିଙ୍କ୍ ଭାରତ ଆସିବା ବିଷୟରେ ଆଲୋଚନା ତୀବ୍ର ହେବାରେ ଲାଗିଛି। ଏବେ ପଡ଼ୋଶୀ ଦେଶ ବାଂଲାଦେଶରେ ଷ୍ଟାରଲିଙ୍କ୍ ସେବା ଆସିବାର ଆଶା ବଢ଼ିଯାଇଛି।
ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ କୋଟିପତି ଉଦ୍ୟୋଗୀ ଏଲନ ମସ୍କଙ୍କୁ ଆଗାମୀ ୯୦ ଦିନ ମଧ୍ୟରେ ସ୍ପେସଏକ୍ସର ଷ୍ଟାରଲିଙ୍କ୍ ସାଟେଲାଇଟ୍ ଇଣ୍ଟରନେଟ୍ ସେବାର ଶୁଭାରମ୍ଭ ତଦାରଖ କରିବା ପାଇଁ ତାଙ୍କ ଦେଶ ଗସ୍ତ କରିବାକୁ ନିମନ୍ତ୍ରଣ କରିଛନ୍ତି।
ବାଂଲାଦେଶର ଭିତ୍ତିଭୂମି ସହିତ ଷ୍ଟାରଲିଙ୍କ୍ ସଂଯୋଗୀକରଣକୁ ଏକୀକୃତ କରିବା ଦ୍ଵାରା ଏକ ପରିବର୍ତ୍ତନଶୀଳ ପ୍ରଭାବ ପଡ଼ିବ। ବିଶେଷକରି ବାଂଲାଦେଶର ଉଦ୍ୟୋଗୀ ଯୁବପିଢ଼ି, ଗ୍ରାମୀଣ ଏବଂ ଦୁର୍ବଳ ମହିଳା ତଥା ଦୂରବର୍ତ୍ତୀ ଓ ପଛୁଆ ସମ୍ପ୍ରଦାୟଙ୍କ ପାଇଁ ଏହି ସେବା ଉପଯୋଗୀ ହେବ ବୋଲି ୟୁନୁସ୍ ତାଙ୍କ ଚିଠିରେ ଲେଖିଛନ୍ତି।
ଫେବ୍ରୁଆରି ୧୩ ତାରିଖରେ ଏଲନ ମସ୍କଙ୍କ ସହ ଟେଲିଫୋନରେ ଆଲୋଚନା ପରେ ମହମ୍ମଦ ୟୁନୁସ୍ ଏହି ନିମନ୍ତ୍ରଣ ପଠାଇଛନ୍ତି। ଯେଉଁଥିରେ ସେ ସହଯୋଗର ସୁଯୋଗ ବିଷୟରେ ଆଲୋଚନା କରିଥିଲେ। ଦେଶରେ ଷ୍ଟାରଲିଙ୍କ୍ ପ୍ରଚଳନକୁ ତ୍ୱରାନ୍ୱିତ କରିବା ଏବଂ ମସ୍କଙ୍କ ଦଳ ସହିତ ଘନିଷ୍ଠ ଭାବରେ କାମ କରିବା ପାଇଁ ମୁଖ୍ୟ ପରାମର୍ଶଦାତା ତାଙ୍କର ଉଚ୍ଚ ପ୍ରତିନିଧି ଡକ୍ଟର ଖଲିଲୁର ରହମାନଙ୍କୁ ନିଯୁକ୍ତ କରିଛନ୍ତି।
କିଛି ଦିନ ମଧ୍ୟରେ ଭାରତରେ ଷ୍ଟାରଲିଙ୍କ୍ ସେବା ଆରମ୍ଭ ହୋଇପାରେ। ଷ୍ଟାରଲିଙ୍କ୍ ଭାରତରେ ପ୍ରଥମ ଥର ପାଇଁ ଆରମ୍ଭ କରିବାକୁ ଯାଉଛି। ଦୀର୍ଘ ସମୟ ଅପେକ୍ଷା ପରେ, ଏବେ କମ୍ପାନି ଭାରତ ସରକାରଙ୍କୁ ନିଜର ସମସ୍ତ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିଛି ଏବଂ ଚୂଡ଼ାନ୍ତ ଅନୁମୋଦନ ପାଇଁ ଅପେକ୍ଷା କରିଛି। ଷ୍ଟାରଲିଙ୍କ୍ ସେବା ପ୍ରଥମେ ଭାରତରେ ଆରମ୍ଭ ହେବ ନା ବାଂଲାଦେଶରେ ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ: ୫ ମାସ ପରେ ହେଜବୁଲ୍ଲା ନେତା ହାସନ ନସରଲ୍ଲାହଙ୍କୁ କବର
Follow Us