କାନାଡା-ଭାରତ ବିବାଦରେ ବ୍ରିଟେନର ଏଣ୍ଟ୍ରି, ଟ୍ରୁଡୋଙ୍କୁ ଫୋନ କଲେ <

ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ବିବାଦରେ ବ୍ରିଟେନ ଏବେ ମଇଦାନକୁ ଓହ୍ଲାଇଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ବ୍ରିଟିଶ ଓ କାନାଡା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଫୋନ୍ କଥାବାର୍ତ୍ତା ହୋଇଥିଲା।

canada-uk

ଲଣ୍ଡନ: ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ବିବାଦରେ ବ୍ରିଟେନ ଏବେ ମଇଦାନକୁ ଓହ୍ଲାଇଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ବ୍ରିଟିଶ ଓ କାନାଡା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଫୋନ୍ କଥାବାର୍ତ୍ତା ହୋଇଥିଲା। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ଫୋନ ଯୋଗେ ଆଲୋଚନା ବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାରମର ଆଇନର ଶାସନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସୂଚନାଯୋଗ୍ୟ, ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ମଧ୍ୟରେ ଏହି କଥାବାର୍ତ୍ତା ହୋଇଥିଲା। ବ୍ରିଟେନର ସରକାରୀ ବିବୃତ୍ତିରେ ସିଧାସଳଖ ଭାରତର ଉଲ୍ଲେଖ ନାହିଁ, କିନ୍ତୁ ଏଥିରେ କାନାଡାରେ ତଦନ୍ତ କରାଯାଉଥିବା ମାମଲା ବିଷୟରେ ଉଲ୍ଲେଖ କରାଯାଇଛି। 

ବ୍ରିଟେନର ସରକାରୀ ବିବୃତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ଷ୍ଟାରମାର ଗତକାଲି ସନ୍ଧ୍ୟାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ କଥା ହୋଇଛନ୍ତି। ସେମାନେ କାନାଡାରେ ତଦନ୍ତ କରାଯାଉଥିବା ଅଭିଯୋଗ ସମ୍ବନ୍ଧୀୟ ସାମ୍ପ୍ରତିକ ଘଟଣା ବିଷୟରେ ଆଲୋଚନା କରିଥିଲେ। ଆଇନ ଶୃଙ୍ଖଳାର ଗୁରୁତ୍ୱ ଉପରେ ଉଭୟ ସହମତ ହୋଇଥିଲେ। ତଦନ୍ତ ସରିବା ପର୍ଯ୍ୟନ୍ତ ସେମାନେ ଘନିଷ୍ଠ ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।
ଏହା ପୂର୍ବରୁ ଭାରତ ୬ ଜଣ କାନାଡା ନାଗରିକଙ୍କୁ ବହିଷ୍କାର କରିଥିଲା। ଏହାବ୍ୟତୀତ ଶିଖ୍ ଆତଙ୍କବାଦୀ ହରଦୀପ ସିଂ ନିଜାର ହତ୍ୟା ମାମଲାର ତଦନ୍ତ ସଂକ୍ରାନ୍ତ କାନାଡାର ଅଭିଯୋଗକୁ ଖାରଜ କରିବା ପରେ ଭାରତ ମଧ୍ୟ ସେଠାରୁ ଏହାର ହାଇ କମିଶନର ସଞ୍ଜୟ କୁମାର ବର୍ମାଙ୍କୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe