ନୂଆଦିଲ୍ଲୀ: ଦେଶରେ ନୂଆ ପିଢ଼ିର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଷ୍ଟାର୍ଟ ଅପ୍ ଅଭିଯାନକୁ ତ୍ବରାନ୍ବିତ କରାଯିବ। ଏଥିପାଇଁ ଷ୍ଟାର୍ଟ ଅପ୍-୨.୦ରେ ୧୦,୦୦୦ କୋଟି ଟଙ୍କାର କର୍ପସ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ଭାରତରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟ ନେଇ ୨୦୧୬ରେ ଷ୍ଟାର୍ଟ ଅପ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନରେ ପ୍ରଥମେ ୫୦୦ଟି ଷ୍ଟାର୍ଟ ଅପ୍ ଉଦ୍ୟୋଗରୁ ଆରମ୍ଭ କରି ଏବେ ସୁଦ୍ଧା ୨ ଲକ୍ଷରୁ ଅଧିକ ଉଦ୍ୟୋଗ ସୃଷ୍ଟି ହୋଇ ସାରିଲାଣି।
୨୦୨୫ରେ ସର୍ବାଧିକ ଷ୍ଟାର୍ଟ ଅପ୍ ପାଇଁ ଉଦ୍ୟୋଗୀମାନେ ପଞ୍ଜୀକରଣ କରିଥିବା ଶିଳ୍ପ ଓ ଆନ୍ତର୍ଜାତିକ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ସୂତ୍ରରୁ ପ୍ରକାଶ। ଷ୍ଟାର୍ଟ ଅପ୍ ଅଭିଯାନକୁ ମିଳିଥିବା ୧୦ ହଜାର କୋଟି ଟଙ୍କାର କର୍ପସ ପାଣ୍ଠି ମାଧ୍ୟମରେ ଆନ୍ତର୍ଜାତିକ ବଜାରରେ ପ୍ରତିଯୋଗିତାର ସମ୍ମୁଖୀନ ହେବା ପାଇଁ ଭାରତୀୟ ଉଦ୍ୟୋଗ ଗୁଡ଼ିକୁ ଏହି ପାଣ୍ଠି ସମର୍ଥ କରି ପାରିବ। ‘୨୦୪୭ ବିକଶିତ ଭାରତ ଲକ୍ଷ୍ୟ’କୁ ସାକାର କରିବା ଦିଗରେ ମଧ୍ୟ ଏହି ପାଣ୍ଠି ଉପଯୋଗୀ ହୋଇ ପାରିବ।
ଆହୁରି ପଢନ୍ତୁ - Education: ସରକାରୀ ନିୟମକୁ ମାନୁ ନାହିଁନ୍ତି ପ୍ରଧାନଶିକ୍ଷକ!
Follow Us