ଷ୍ଟାର୍ଟଅପ୍ସ ଓ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ବର୍ଷେ ମାଗଣାରେ ମିଳିବ ୫ଜି ଟେଷ୍ଟ ବେଡ୍ ସୁବିଧା

Advertisment
ଷ୍ଟାର୍ଟଅପ୍ସ ଓ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ବର୍ଷେ ମାଗଣାରେ ମିଳିବ ୫ଜି ଟେଷ୍ଟ ବେଡ୍ ସୁବିଧା

The Hindu

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଦ୍ବାରା ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ସ ଏବଂ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ପାଇଁ ଆସନ୍ତା ଜାନୁଆରି ୨୦୨୪ ପର୍ଯ୍ୟନ୍ତ ମାଗଣାରେ ୫ଜି ଟେଷ୍ଟ ବେଡ୍ ସୁବିଧା ଯୋଗାଇଦେବା ଲାଗି ସଞ୍ଚାର ମନ୍ତ୍ରଣାଳୟ ଅଧୀନରେ ଦୂରସଞ୍ଚାର ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ସେବା ପ୍ରଦାନକାରୀ, ଗବେଷଣା ଓ ବିକାଶ ପ୍ରତିଷ୍ଠାନ, ସରକାରୀ ସଂସ୍ଥା, ବିଭିନ୍ନ ଉପକରଣ ନିର୍ମାତା ଆଦି ବିଭିନ୍ନ ୫ଜି ଅଂଶୀଦାରମାନେ ଅତି ନାମମାତ୍ର ଦରରେ ଏହି ସୁବିଧାକୁ ଉପଯୋଗ କରିପାରିବେ।

ଟେଷ୍ଟ ବେଡ୍ ସୁବିଧାର ଉପଯୋଗକୁ ପ୍ରୋତ୍ସାହିତ କରିବା ଏବଂ ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ଅନୁରୂପ ସ୍ବଦେଶୀ ଜ୍ଞାନକୌଶଳ/ଉତ୍ପାଦ ବିକାଶରେ ସହାୟତା କରିବା ଲାଗି ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ବିଭିନ୍ନ ଷ୍ଟାର୍ଟଅପ୍ସ ଓ କମ୍ପାନି ସେମାନଙ୍କ ଉତ୍ପାଦ ଓ ସେବାର ପରୀକ୍ଷଣ ନିମନ୍ତେ ପୂର୍ବରୁ ଟେଷ୍ଟ ବେଡ୍ ସୁବିଧା ଉପଯୋଗ କରି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe