ବରଫ ଆବାସସ୍ଥଳୀ ଛାଡ଼ି ରୁଷୀୟ ସହର ଭିତରକୁ ପଶି ଆସିଲା ଭୋକିଲା ମେରୁଭାଲୁ

Advertisment
ବରଫ ଆବାସସ୍ଥଳୀ ଛାଡ଼ି ରୁଷୀୟ ସହର ଭିତରକୁ ପଶି ଆସିଲା ଭୋକିଲା ମେରୁଭାଲୁ

Image Source: Reuters

ମସ୍କୋ: ଶହ ଶହ କିଲୋମିଟର ଦୂରରେ ଥିବା ମେରୁ ଅଞ୍ଚଳର ପ୍ରାକୃତିକ ଆବାସସ୍ଥଳୀ ଛାଡ଼ି ଉତ୍ତର ସାଇବେରିଆ ଅନ୍ତର୍ଗତ ରୁଷୀୟ ଶିଳ୍ପ ସହର ନୋରିଲ୍‌ସ୍କା ମଧ୍ୟକୁ ଖାଦ୍ୟ ଅନେ୍ଵଷଣରେ ପଶି ଆସିଛି ଗୋଟାଏ ଧଳାଭାଲୁ।

ଦୁର୍ବଳ ଓ ଅସୁସ୍ଥ ଦିଶୁଥିବା ସେ ମାଈଭାଲୁଟି ମଙ୍ଗଳବାର ଦିନ ନୋରିଲିକ୍ସ ଉପନଗରୀରେ ବହୁ ସମୟ ଧରି ହାଲିଆ ହୋଇ ତଳେ ଶୋଇଥିବା ଦେଖାଯାଇଥିଲା। ପାଦରେ କାଦୁଅ ଲାଗି ଚୋପା ପଡ଼ିଯାଇଥିବା ସେ ଭାଲୁଟି କେବେ କେମିତି ଉଠିପଡ଼ି ଖାଦ୍ୟ ପାଇଁ ଚାରି ଆଡ଼କୁ ଶୁଙ୍ଘାଶୁଙ୍ଘି କରୁଥିଲା।

publive-image Image Source: Hindustan Times

ସ୍ଥାନୀୟ ପରିବେଶବିତ୍‌ଙ୍କ କହିବା ଅନୁସାରେ, ୪୦ ବର୍ଷରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ସହରରେ ମେରୁଭାଲୁ ଦେଖା ଦେଇଛି।
କେଉଁ କାରଣ ପାଇଁ ଜନ୍ତୁଟା ସହରକୁ ଆସିଲା, ତାହା ଜଣାନାହିଁ। ପଥହୁଡ଼ି ବି ସେ ଆସିଥାଇ ପାରେ। ତା’ର ଆଖି ପେଜୁଆ ହୋଇଥିବାରୁ ସେ ସ୍ପଷ୍ଟ ଭାବେ କିଛି ଦେଖି ପାରୁନାହିଁ।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ମେରୁଭାଲୁଙ୍କର ସମୁଦ୍ର-ବରଫ ନିବାସସ୍ଥଳ ନଷ୍ଟ ହୋଇ ଯାଉଥିବାରୁ ସେମାନେ ଖାଦ୍ୟ ଅନେ୍ଵଷଣରେ ଭୂଇଁ ଉପରକୁ ଚାଲି ଆସି ସର୍ବସାଧାରଣଙ୍କ କୋଠାବାଡ଼ିରେ ପ୍ରବେଶ କରୁଛନ୍ତି।

ଭାଲୁଟିର ଅବସ୍ଥା ଜାଣିବାକୁ ସରକାରୀ ବଣ୍ୟପ୍ରାଣୀ ବିଶେଷଜ୍ଞମାନେ ବୁଧବାର ଦିନ ନୋରିଲ୍‌ସ୍କାରେ ପହଞ୍ଚିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe