ମହଙ୍ଗା ହେବ ଷ୍ଟେଟ୍ ବ୍ୟାଙ୍କ ଋଣ ସୁଧହାର

ଦେଶର ସର୍ବବୃହତ୍ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ରୁ ଋଣ ନେବା ମହଙ୍ଗା ହେବ। ବ୍ୟାଙ୍କ ଗୁରୁବାର ଏହାର ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡ ବେସଡ ଲେଣ୍ଡିଂ ରେଟ୍ (ଏମସିଏଲ୍ଆର୍) ବା ସର୍ବନିମ୍ନ ସୁଧହାରରେ ୦.୦୫% ବୃଦ୍ଧି ଘୋଷଣା କରିଛି।

ଜମାଖାତାରେ ସର୍ବନିମ୍ନ ରାଶି ଉପରେ ଏସ୍‌ବିଆଇର ନୂତନ ନିୟମ

ମୁମ୍ବାଇ : ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ରୁ ଋଣ ନେବା ମହଙ୍ଗା ହେବ। ବ୍ୟାଙ୍କ ଗୁରୁବାର ଏହାର ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡ ବେସଡ ଲେଣ୍ଡିଂ ରେଟ୍ (ଏମସିଏଲ୍ଆର୍) ବା ସର୍ବନିମ୍ନ ସୁଧହାରରେ ୦.୦୫% ବୃଦ୍ଧି ଘୋଷଣା କରିଛି।

ବ୍ୟାଙ୍କର ୱେବସାଇଟ୍ ଅନୁଯାୟୀ, ଶୁକ୍ରବାରଠାରୁ ଏକ ବର୍ଷର ଏମସିଏଲଆରକୁ ୯% କୁ ବୃଦ୍ଧି କରାଯାଇଛି । ବ୍ୟକ୍ତିଗତ ଋଣ, କାର୍ ଋଣ ଏବଂ ଗୃହ ଋଣ ଭଳି ଋଣ ପାଇଁ ସୁଧ ହାର ଏକ ବର୍ଷର ଏମସିଏଲଆର ହାର ଉପରେ ଆଧାର କରି ନିର୍ଦ୍ଧାରଣ କରାଯାଏ । ଏହାକୁ ମିଶାଇ ନିକଟରେ ଷ୍ଟେଟ ବ୍ୟାଙ୍କ ଦୁଇଥର ସୁଧହାର ବଢାଇଛି । 

ଏସବିଆଇ ଅଧ୍ୟକ୍ଷ ଶ୍ରୀ ସି.ଏସ୍ ସେଟ୍ଟୀ କହିଛନ୍ତି ଯେ ବ୍ୟାଙ୍କର ଋଣ ପୋର୍ଟଫୋଲିଓର ୪୨% ଏମସିଏଲଆର ସହିତ ସଂଯୁକ୍ତ ହୋଇଥିବା ବେଳେ ଅବଶିଷ୍ଟ ବାହ୍ୟ ବେଞ୍ଚମାର୍କ ଉପରେ ଆଧାରିତ । ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଜମା ହାର ସର୍ବୋଚ୍ଚ ସ୍ତରରେ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏସବିଆଇ ମଧ୍ୟ ୩ ଓ ୬ ମାସ ପାଇଁ ଏମସିଏଲଆର ବୃଦ୍ଧି କରିଛି । ତେବେ ଗୋଟିଏ ଦିନ, ଗୋଟିଏ ମାସ, ଦୁଇ ବର୍ଷ ଓ ତିନି ବର୍ଷ ପାଇଁ ଏମସିଏଲ୍ଆର୍ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe