State Bar Council: ରାଜ୍ୟ ବାର୍ କାଉନସିଲ୍ ନିର୍ବାଚନ: ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ବାବଧାନରେ ହେବ: ସୁପ୍ରିମ୍‌କୋର୍ଟ

ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ରାଜ୍ୟ ବାର୍ କାଉନସିଲ୍ ନିର୍ବାଚନ ସମ୍ପୃକ୍ତ ରାଜ୍ୟ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ହେବ ବୋଲି ସୋମବାର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

supreme court

ନୂଆଦିଲ୍ଲୀ: ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ରାଜ୍ୟ ବାର୍ କାଉନସିଲ୍ ନିର୍ବାଚନ ସମ୍ପୃକ୍ତ ରାଜ୍ୟ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ହେବ ବୋଲି ସୋମବାର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ ଖଣ୍ଡପୀଠ କହିଛନ୍ତି ଯେ, ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ଏବଂ ରାଜ୍ୟ ବାର୍ କାଉନସିଲ୍ ଭିତରେ ବିଶ୍ୱାସର ଅଭାବ ରହିଛି। ତେଣୁ ଏହି ପ୍ରକ୍ରିୟାର ତଦାରଖ ପାଇଁ ପ୍ରତ୍ୟେକ ରାଜ୍ୟରେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଏକ ସ୍ୱାଧୀନ ନିର୍ବାଚନ ପ୍ୟାନେଲ ଗଠନ କରାଯିବ। 

ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ତଥା ବରିଷ୍ଠ ଆଡଭୋକେଟ୍ ମନନ କୁମାର ମିଶ୍ର କହିଛନ୍ତି ଯେ, ବାର୍ ବଡି ନିର୍ବାଚନ ପରିଚାଳନା ପାଇଁ ଅବସରପ୍ରାପ୍ତ ବିଚାରପତି ନିଯୁକ୍ତ ହେଲେ ସଂସ୍ଥାର କୌଣସି ଆପତ୍ତି ନାହିଁ।  ମନନ ମିଶ୍ର କହିଛନ୍ତି ଯେ ପଞ୍ଜାବ ଓ ହରିୟାଣା ବାର୍ କାଉନସିଲ୍ ନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଏହି ସପ୍ତାହରେ ସାତୋଟି ରାଜ୍ୟର ତାରିଖ ସୂଚିତ କରାଯିବ। ବରିଷ୍ଠ ଓକିଲ ମାଧବୀ ଦିବାନ ଦର୍ଶାଇଥିଲେ ଯେ, କୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରାଯାଉଛି। ଅକ୍ଟୋବର ୯ରେ ଦିଲ୍ଲୀ ବାର୍ କାଉନସିଲ୍ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା କିନ୍ତୁ ଅକ୍ଟୋବର ୧୦ରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ଏହି ସଂସ୍ଥାକୁ ଭଙ୍ଗ କରିବା ପାଇଁ ଏକ ନୋଟିସ୍ ଜାରି କରାଯାଇଥିଲା।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe